ETV Bharat / international

ଉତ୍ତରାଖଣ୍ଡର 'ବିବାଦୀୟ' ଅଞ୍ଚଳକୁ ଯାତ୍ରା କରିପାରିବେ ନେପାଳ ନାଗରିକ - Nepal says its citizens free to travel to 'disputed' areas in Uttarakhand

ଉତ୍ତରାଖଣ୍ଡର 'ବିବାଦୀୟ' ଅଞ୍ଚଳକୁ ନେପାଳ ନାଗରିକ ଯାତ୍ରା କରିପାରିବେ ବୋଲି କହିଛନ୍ତି ନେପାଳ ସରକାର । ବେଆଇନ ଅନୁପ୍ରବେଶକୁ ନେଇ ଆଶଙ୍କା ପ୍ରକାଶ କରୁଥିବା ଡାର୍ଚୁଲା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଙ୍କ ଚିଠିର ଉତ୍ତରରେ ନେପାଳ କର୍ତ୍ତୃପକ୍ଷ କହିଛନ୍ତି ଯେ ନେପାଳର ଲୋକମାନେ ଉତ୍ତରପ୍ରଦେଶର 'ବିବାଦୀୟ' ଅଞ୍ଚଳକୁ ଯାତ୍ରା କରିପାରିବେ ।

ଉତ୍ତରାଖଣ୍ଡର 'ବିବାଦୀୟ' ଅଞ୍ଚଳକୁ ଯାତ୍ରା କରିପାରିବେ ନେପାଳ ନାଗରିକ

author img

By

Published : Aug 3, 2020, 12:43 PM IST

ଡେହରାଡୁନ: ଉତ୍ତରାଖଣ୍ଡର 'ବିବାଦୀୟ' ଅଞ୍ଚଳକୁ ନେପାଳ ନାଗରିକ ଯାତ୍ରା କରିପାରିବେ ବୋଲି କହିଛନ୍ତି ନେପାଳ ସରକାର । ବେଆଇନ ଅନୁପ୍ରବେଶକୁ ନେଇ ଆଶଙ୍କା ପ୍ରକାଶ କରୁଥିବା ଡାର୍ଚୁଲା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଙ୍କ ଚିଠିର ଉତ୍ତରରେ ନେପାଳ କର୍ତ୍ତୃପକ୍ଷ କହିଛନ୍ତି ଯେ ନେପାଳର ଲୋକମାନେ ଉତ୍ତରପ୍ରଦେଶର 'ବିବାଦୀୟ' ଅଞ୍ଚଳକୁ ଯାତ୍ରା କରିପାରିବେ ।

ଖବର ଅନୁଯାୟୀ, ଡାର୍ଚୁଲା ଏସଡିଏମ ଅନିଲ ଶୁକଲା ନେପାଳର ଡାର୍କୁଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଥିଲେ । ଚିଠିରେ ଦର୍ଶାଯାଇଛି ଯେ କିଛି ନେପାଳୀ ସଂଗଠନ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ କାଲାପାନି, ଲିମ୍ପିଆଡୁରା ଏବଂ ଲିପୁଲେଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି ।

ତେବେ ଏହାର ଉତ୍ତରରେ, ଡାର୍କୁଲାର ସହକାରୀ ଜିଲ୍ଲା ମୁଖ୍ୟ କହିଛନ୍ତି ଯେ 1816 ମସିହାର ସୁଗୁଲି ଚୁକ୍ତି ଅନୁଯାୟୀ ଏହି ତିନୋଟି ଅଞ୍ଚଳ ନେପାଳର ଅଟେ ଏବଂ ନେପାଳର ନାଗରିକମାନେ ଯେକୌଣସି ସମୟରେ ଏହି ଅଞ୍ଚଳକୁ ଯାତ୍ରା କରିପାରିବେ। ଡାର୍ଚୁଲାର ଆସିଷ୍ଟାଣ୍ଟ ଜିଲ୍ଲା ମୁଖ୍ୟ ଟେକ୍ ସିଂ କୁନୱାର ଏକ ଚିଠି ଜାରି କରି ଦର୍ଶାଇଛନ୍ତି ଯେ ଲିମ୍ପିଆଧୁରା, କୁଟି, ନାବି, ଗୁଞ୍ଜୀ, କାଲାପାନି, ଏବଂ ଲିପୁଲେଖ ନେପାଳର ଅଞ୍ଚଳ, ଯାହାର ନାଗରିକମାନେ ଏହି ଅଞ୍ଚଳରେ ସ୍ୱାଭାବିକ ଭାବରେ ଯାଇପାରିବେ।

ନେପାଳର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କମଲ ଥାପା ଟ୍ୱିଟରରେ ଏହି ଚିଠିକୁ ସେୟାର କରି ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି । ନିକଟରେ ନେପାଳର ସଂସଦର ନିମ୍ନ ଗୃହ ସର୍ବସମ୍ମତି କ୍ରମେ ନେପାଳର ନୂତନ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଛି । ମାନଚିତ୍ରରେ ନେପାଳର ଏକ ଅଂଶ ଭାବରେ ଲିମ୍ପିୟାଧୁରା, କାଲାପାନି, ଏବଂ ଲିପୁଲେଖ ଦେଖାଯାଇଛି ।

ଯଦିଓ ନେପାଳ ଦୀର୍ଘ ଦିନ ଧରି ଏହି ଅଞ୍ଚଳ ଦାବି କରିଆସୁଛି, ତଥାପି ଭାରତ ସରକାର ଏହାକୁ ବିରୋଧ କରିଛନ୍ତି । ଏହାପୂର୍ବରୁ ଭାରତ ନେପାଳ ଦାବି କରିଥିବା ଅଞ୍ଚଳ ଦେଇ ଚୀନ୍‌ର ତିବ୍ଦତରେ ଅବସ୍ଥିତ ଏକ ପବିତ୍ର ତୀର୍ଥସ୍ଥାନ କୈଳାଶ ମାନସରୋବରକୁ ସଂଯୋଗ କରୁଥିବା ଏକ ସଡ଼କ ସଂଯୋଗର ଉଦଘାଟନ କରିଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଉଦଘାଟିତ ହୋଇଥିବା 80 କିଲୋମିଟର ନୂତନ ରାସ୍ତା ଚୀନ୍‌ର ତିବ୍ଦତର କୈଳାଶ - ମାନସରୋବର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । କାରଣ ଏହା ଲିପୁଲେଖ୍‌ ପାସ୍ ଠାରୁ 90 କିଲୋମିଟର ଦୂରରେ ଅବସ୍ଥିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.