ETV Bharat / international

କୋଭିଡ 19 ମୁକାବିଲାରେ ସରକାର ବିଫଳ, ନେପାଳରେ ବିକ୍ଷୋଭ

author img

By

Published : Jun 13, 2020, 9:59 PM IST

ନେପାଳରେ ଲଗାତାର ତୃତୀୟ ଦିନ ସରକାର ବିରୋଧୀ ବିକ୍ଷୋଭ ଦେଖିବାକୁ ମିଳିଛି । ଶନିବାର ଶତାଧିକ ଲୋକ କାଠମାଣ୍ଡୁରେ ଏକାଠି ହୋଇ ସରକାରଙ୍କ ବିରୋଧରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

କୋଭିଡ 19 ମୁକାବିଲାରେ ସରକାର ବିଫଳ, ନେପାଳରେ ବିକ୍ଷୋଭ
କୋଭିଡ 19 ମୁକାବିଲାରେ ସରକାର ବିଫଳ, ନେପାଳରେ ବିକ୍ଷୋଭ

କାଠମାଣ୍ଡୁ: ନେପାଳରେ ଲଗାତାର ତୃତୀୟ ଦିନ ସରକାର ବିରୋଧୀ ବିକ୍ଷୋଭ ଦେଖିବାକୁ ମିଳିଛି । ଶନିବାର ଶତାଧିକ ଲୋକ କାଠମାଣ୍ଡୁରେ ଏକାଠି ହୋଇ ସରକାରଙ୍କ ବିରୋଧରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋରୋନା ପରିସ୍ଥିତି ମୁକାବିଲାରେ ସରକାର ବିଫଳ ହୋଇଥିବା ଲୋକମାନେ ଅଭିଯୋଗ କରିଥିଲେ ।

ପ୍ରକାଶ ଥାଉ କି ମାର୍ଚ୍ଚରେ ମାତ୍ର 2ଟି ପଜିଟିଭ ପରେ ନେପାଳ ସରକାର ଲକଡାଉନ ଲାଗୁ କରିଥିଲେ । ସେବେଠାରୁ ଲଗାତାର 3 ମାସ ହେଲା ଏହି ଲକଡାଉନ ଲାଗୁ ରହିଛି । ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ବାତିଲ ରହିଛି । ହେଲେ କୋରୋନା ଆକ୍ରାନ୍ତ ଥମିବାର ନାମ ନେଉନି । ଏବେ ଯାଏଁ ଏହି ହିମାଳୟ ରାଷ୍ଟ୍ରରେ 5062 ପଜିଟିଭ ଓ 16ଟି ମୃତ୍ୟୁ ରେକର୍ଡ ହୋଇଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗତ 3 ଦିନ ହେଲା ଏହି ଆନ୍ଦୋଳନ ଜାରି ରହିଛି । ଲୋକେ ସାମାଜିକ ଦୂରତ୍ବ ରକ୍ଷା କରି ଧାରଣାରେ ବସିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ସରକାର ସ୍ଥିତି ସମ୍ଭାଳିବାରେ ଫେଲ୍ ହୋଇଛନ୍ତି । ମୁକାବିଲା ପାଇଁ ଯଥେଷ୍ଟ ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ପ୍ରାୟ 1000 ଲୋକ ଶନିବାର ଏକାଠି ହୋଇ ସରକାର ବିରୋଧୀ ନାରାବାଜି ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏଥିରେ କିଛି ବିଦେଶୀ ନାଗରିକ ମଧ୍ୟ ସାମିଲ ଥିଲେ ।

ବିକ୍ଷୋଭକାରୀ ଉତ୍ତମ ମେଡିକାଲ ସୁବିଧା ସହ ଉନ୍ନତ କ୍ବାରେଣ୍ଟାଇନ ବ୍ୟବସ୍ଥା ପାଇଁ ଦାବି କରୁଛନ୍ତି । ସେହିପରି ଟେଷ୍ଟ ସଂଖ୍ୟାରେ ମଧ୍ୟ ବୃଦ୍ଧି କରିବାକୁ ଦାବି ଉଠିଛି । ତେବେ ପୋଲିସ 10 ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ଏଥିରେ ସାତ ଜଣ ବିଦେଶୀ ସାମିଲ ଅଛନ୍ତି । ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିଥିବାରୁ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମନାରେ ବିକ୍ଷୋଭ ଯୋଗୁଁ ପୋଲିସ ଲାଠିଚାର୍ଜ କରି ବିକ୍ଷୋଭକାରୀଙ୍କୁ ଘଉଡାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.