ETV Bharat / international

କାଠମାଣ୍ଡୁରେ ସିରିଜ ବିସ୍ଫୋରଣ: 4 ମୃତ, 7 ଆହତ

author img

By

Published : May 27, 2019, 9:03 AM IST

Updated : May 27, 2019, 9:41 AM IST

3 ଟି ପୃଥକ ବୋମା ବିସ୍ଫୋରଣରେ ଦୋହଲିଲା ନେପାଳର ରାଜଧାନୀ କାଠମାଣ୍ଡୁ । ରବିବାର ଲଗାତାର ହୋଇଥିବା ଏହି ବିସ୍ଫୋରଣରେ 4 ଜଣଙ୍କର ମୃତ୍ଯ ଘଟିଥିବା ବେଳେ ଅନ୍ୟ 7 ଜଣ ଗୁରୁତର ଆହତ ହୋଇଛନ୍ତି ।

ଫାଇଲ ଫଟୋ

କାଠମାଣ୍ଡୁ: 3 ଟି ପୃଥକ ବୋମା ବିସ୍ଫୋରଣରେ ଦୋହଲିଲା ନେପାଳର ରାଜଧାନୀ କାଠମାଣ୍ଡୁ । ରବିବାର ଲଗାତାର ହୋଇଥିବା ଏହି ବିସ୍ଫୋରଣରେ 4 ଜଣଙ୍କର ମୃତ୍ଯ ଘଟିଥିବା ବେଳେ ଅନ୍ୟ 7 ଜଣ ଗୁରୁତର ଆହତ ହୋଇଛନ୍ତି । କାଠମାଣ୍ଡୁର ସୁଖେଡା, ଘାଟଟେକୁଲୋ ଏବଂ ନାଗଧୁଙ୍ଗାରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି ।

ସେପଟେ ଏହି ମାମଲାରେ ଏବେ ସୁଦ୍ଧା 9 ଜଣଙ୍କୁ ଗିରଫ କରାଯାଇଛି । ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳକୁ ପୋଲିସ ଦ୍ବାରା ବନ୍ଦ କରାଯିବା ସହ ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣା ପରେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟ କରାଯାଇ କାଠମାଣ୍ଡୁର ପ୍ରମୁଖ ଅଞ୍ଚଳରେ ଭାରି ମାତ୍ରାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ତେବେ ଘଟଣା ପଛରେ ପ୍ରତିବନ୍ଧିତ କମ୍ୟୁନିଷ୍ଟ ସମୁହର ହାତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ଜାରି ରହିଛି ।

Intro:Body:Conclusion:
Last Updated : May 27, 2019, 9:41 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.