ETV Bharat / international

ଚୀନ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ନୂଆ ନିୟମ ଆଣିଲା ନେପାଳ !

author img

By

Published : Aug 27, 2020, 8:09 PM IST

ଭାରତ-ନେପାଳ ସୀମା ବିବାଦ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ ପରେ ନେପାଳରେ ଚୀନ୍ ରାଷ୍ଟ୍ରଦୂତ ହୌ ୟାନଙ୍କି ଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି । ତେବେ କୂଟନୀତିଜ୍ଞଙ୍କ ଦେଶର ରାଜନୀତିରେ ଏଭଳି ହସ୍ତକ୍ଷେପକୁ ବିରୋଧ କରାଯାଉଛି । ଫଳରେ ଚୀନ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଯୋଗୁଁ ନୂତନ ନିୟମ ଆଣିଲା ନେପାଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚୀନ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ
ଚୀନ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ

କାଠମାଣ୍ଡୁ : ଭାରତ-ନେପାଳ ସୀମା ବିବାଦ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ ପରେ ନେପାଳରେ ଚୀନ୍ ରାଷ୍ଟ୍ରଦୂତ ହୌ ୟାନଙ୍କି ନାମ ବାରମ୍ବାର ସାମ୍ନାକୁ ଆସୁଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଆସନକୁ ବଞ୍ଚାଇବା ପାଇଁ ଦଳର ବରିଷ୍ଠ ନେତାଙ୍କ ସହ ୟାନଙ୍କି ଅନେକ ଥର କଥାବାର୍ତ୍ତା ମଧ୍ୟ ହୋଇଥିଲେ । ତେବେ କୂଟନୀତିଜ୍ଞଙ୍କ ଦେଶର ରାଜନୀତିରେ ଏଭଳି ହସ୍ତକ୍ଷେପକୁ ବିରୋଧ କରାଯାଉଛି । ଯାହାର ପ୍ରଭାବ ବର୍ତ୍ତମାନ ଏକ ନୂତନ ଆଇନ ରୂପେ ଉଭା ହେଉଛି ।

ନେପାଳର ବୈଦେଶିକ ମନ୍ତ୍ରଣାଳୟ ବିଦେଶୀ କୂଟନୀତିଜ୍ଞଙ୍କ ପାଇଁ ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଓଲି ସରକାର ଚାପ ପରେ ବର୍ତ୍ତମାନ 'କୂଟନୈତିକ ଆଚରଣ ସଂହିତା' ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ନିୟମ ଅନୁଯାୟୀ, କୌଣସି ବିଦେଶୀ କୂଟନୀତିଜ୍ଞକ କୌଣସି ନେତାଙ୍କୁ ସିଧାସଳଖ ଭେଟିବାକୁ ସମର୍ଥ ହେବେ ନାହିଁ । ଏଥିପାଇଁ ଅନ୍ୟ ଦେଶ ପରି ଏକ ସ୍ଥିର ପ୍ରକ୍ରିୟା କିମ୍ବା ଉପଯୁକ୍ତ କୂଟନୈତିକ ପ୍ରୋଟୋକଲ୍ ଏବଂ ଚ୍ୟାନେଲ୍ ରହିବ । ବିନା ଅନୁମତିରେ ଏହା ସମ୍ଭବ ନୁହେଁ । ନେପାଳର ରାଜନୈତିକ ସଙ୍କଟ ସମୟରେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ର ଅନେକ ନେତାଙ୍କ ବ୍ୟତୀତ ଚୀନ୍ ରାଷ୍ଟ୍ରଦୂତ ହୌ ୟାନଙ୍କି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସହ ସିଧାସଳଖ ସାକ୍ଷାତ କରିଥିଲେ । ଯାହା ପରେ ଏନେଇ ଅନେକ ପ୍ରଶ୍ନ ଉଠିଥିଲା ।

କାଠମାଣ୍ଡୁ ପୋଷ୍ଟର ଖବର ଅନୁଯାୟୀ ନେପାଳର ବୈଦେଶିକ ମନ୍ତ୍ରଣାଳୟ ଚାହୁଁଛି ଯେ କୂଟନୈତିକ ପ୍ରୋଟୋକଲକୁ କଡାକଡି ପାଳନ କରାଯାଉ । ଆହୁରି ମଧ୍ୟ, ଅନ୍ୟ ଦେଶର କୂଟନୀତିଜ୍ଞ ମାନଙ୍କୁ ନେପାଳର ଆଭ୍ୟନ୍ତରୀଣ ବ୍ୟାପାରଠାରୁ ଦୂରରେ ରଖିବା ଉଚିତ୍ । ତେଣୁ ନେପାଳର ଅନ୍ୟ ଦେଶ ପରି ସମାନ ନିୟମ ରହିବା ଉଚିତ ବୋଲି ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି । ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୟାୱାଲି ସ୍ୱୀକାର କରିଛନ୍ତି ଯେ ଆଚରଣ ସଂହିତା ରେ ପରିବର୍ତ୍ତନ କରାଯାଉଛି । ଆଚରଣ ସଂହିତା ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ 2016 ରେ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଚୀନ୍ ଚାପରେ ଏହି ପ୍ରସ୍ତାବଟି ଅଟକି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.