ETV Bharat / international

ନେପାଳରେ ମେ 15 ଯାଏଁ ବିମାନ ସେବା ବାତିଲ - କୋଭିଡ 19

ଦେଶରେ କୋରୋନା ସ୍ଥିତି ସାମାନ୍ୟ ଥିବାବେଳେ ବିଦେଶରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ଏହା ବଢିଥିଲା । ସେହିପରି ଉଦୟପୁର ଜିଲ୍ଲାକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ନେପାଳରେ ମେ 15 ଯାଏଁ ବିମାନ ସେବା ବାତିଲ
ନେପାଳରେ ମେ 15 ଯାଏଁ ବିମାନ ସେବା ବାତିଲ
author img

By

Published : Apr 25, 2020, 5:14 PM IST

କାଠମାଣ୍ଡୁ: ନେପାଳରେ କୋରୋନା ସ୍ଥିତି ସାମାନ୍ୟ ସ୍ବାଭାବିକ ରହିଛି । ଏବେ ସୁଦ୍ଧା ଦେଶରେ 48 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 10 ଜଣ ସୁସ୍ଥ ହୋଇଛନ୍ତି । ଫଳରେ 38ଟି ମାମଲା ଏବେ ବି ସକ୍ରିୟ ଅଛି ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ସରକାର ଦେଶରେ ବିମାନ ସେବା ବାତିଲର ସମୟକୁ ବଢାଇଛନ୍ତି । ପୂର୍ବରୁ ଏପ୍ରିଲ 30 ଯାଏଁ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବାତିଲ ହୋଇଥିଲା । ଏବେ ଏହାକୁ 15 ଦିନ ବଢାଇଛନ୍ତି ସରକାର । ମେ 15 ଯାଏଁ ସମସ୍ତ ପ୍ରକାର ବିମାନ ଉଡାଣ ବାତିଲ ହୋଇଛି ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଅଫିସର ସେକ୍ରେଟାରୀ ନାରାୟଣ ବିଦାରୀ ଏହି ସୂଚନା ଦେଇଛନ୍ତି । ଶନିବାର ସକାଳେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରତିରକ୍ଷା ମନ୍ତ୍ରୀ ଇଶ୍ବର ପୋଖାରେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଦେଶରେ କୋରୋନା ସ୍ଥିତି ସାମାନ୍ୟ ଥିବାବେଳେ ବିଦେଶରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ଏହା ବଢିଥିଲା । ସେହିପରି ଉଦୟପୁର ଜିଲ୍ଲାକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି । ସେଠାରେ ସର୍ବାଧିକ 14 ଆକ୍ରାନ୍ତ ବାହାରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.