କାଠମାଣ୍ଡୁ: କୋରୋନା ବିରୁଦ୍ଧ ଲଢେଇରେ ଅଧିକ ସତର୍କ ହୋଇଛି ନେପାଳ । କୌଣସି ବି ପରିସ୍ଥିତିରେ ଢିଲାପଣ ନଦେଖାଇବାକୁ ଏହା ନିଷ୍ପତ୍ତି ନେଇଛି । ଲକଡାଉନ କଟକଣା ଅବଧି ବଢାଇବା ପରେ ଏବେ ବିମାନ ସେବା କଟକଣା ବଢାଇବାକୁ ନେପାଳ ସରକାର ସ୍ଥିର କରିଛନ୍ତି ।
ଅନ୍ତର୍ଜାତୀୟ ବିମାନ ସେବା ଉପରେ ଏପ୍ରିଲ 30 ଯାଏଁ ସରକାର କଟକଣା ଲାଗୁ କରିଛନ୍ତି । ପୂର୍ବରୁ ଏହା 15 ଏପ୍ରିଲ ଯାଏଁ ଥିବାବେଳେ ଆଉ 15 ଦିନ ଏହାକୁ ବଢାଇଛନ୍ତି ସରକାର । ବର୍ତ୍ତମାନ 30 ଏପ୍ରିଲ ଯାଏଁ ଦେଶକୁ ବାହାର ଦେଶରୁ କୌଣସି ବିମାନ ଆସିବନି କି ନେପାଳରୁ ବିଦେଶକୁ ବିମାନ ଉଡାଣ ଭରିବନି ।
ତେବେ ଘରୋଇ ବିମାନ ସେବା କଟକଣା 15 ଏପ୍ରିଲ ଯାଏଁ ଲାଗୁ ରହିବ । ଏଥିରେ କୌଣସି ସମୟସୀମା ବୃଦ୍ଧି କରାଯାଇନାହିଁ । ଲକଡାଉନ ଉଠିଲା ପରେ ଏହି କଟକଣା ମଧ୍ୟ ଉଠିଯିବ । ପୂର୍ବରୁ ସୋମବାର ଦିନ 7 ଏପ୍ରିଲରୁ 15 ଏପ୍ରିଲ ଯାଏଁ ଲକଡାଉନ କଟକଣା ବଢାଇଥିଲେ ସରକାର ।
ସୌଜନ୍ୟ@ANI