ETV Bharat / international

ନେପାଳରେ ଆଉ 2 ପଜିଟିଭ, ମୋଟ ଆକ୍ରାନ୍ତ 54

କାଠମାଣ୍ଡୁକୁ ପଠାଯାଇଥିବା 83ଟି ସାମ୍ପଲରୁ ଏହି 2ଟି ରିପୋର୍ଟ ପଜିଟିଭ ଆସିଛି । ଉଭୟ ନେପାଳର ରାଉଟହ୍ୟାଟ ଜିଲ୍ଲାର ବୋଲି ସରକାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ନେପାଳରେ ଆଉ 2 ପଜିଟିଭ, ମୋଟ ଆକ୍ରାନ୍ତ 54
ନେପାଳରେ ଆଉ 2 ପଜିଟିଭ, ମୋଟ ଆକ୍ରାନ୍ତ 54
author img

By

Published : Apr 29, 2020, 6:41 AM IST

କାଠମାଣ୍ଡୁ: କିଛି ଦିନ ପରେ ନେପାଳରେ ପୁଣି ବଢିଛି କୋରୋନା ପଜିଟିଭ ସଂଖ୍ୟା । ମଙ୍ଗଳବାର ପୁଣି 2ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତ 54କୁ ବୃଦ୍ଧି ପାଇଛି ।

କାଠମାଣ୍ଡୁକୁ ପଠାଯାଇଥିବା 83ଟି ସାମ୍ପଲରୁ ଏହି 2ଟି ରିପୋର୍ଟ ପଜିଟିଭ ଆସିଛି । ଉଭୟ ନେପାଳର ରାଉଟହ୍ୟାଟ ଜିଲ୍ଲାର ବୋଲି ସରକାର ସୂଚନା ଦେଇଛନ୍ତି । ଏମାନଙ୍କ ଭିତରୁ ଜଣେ ନିକଟରେ ଭାରତର କୋଲକାତାରୁ ଫେରିଥିଲେ । ସେ 2 ସପ୍ତାହ କ୍ବାରେଣ୍ଟାଇନରେ ରହିବା ପରେ ଘରକୁ ଫେରିଥିଲେ । ସେତେବେଳେ ତାଙ୍କ ସ୍କ୍ରିନିଂ ଆରଡିଟି କିଟ୍ସରେ ହୋଇଥିଲା ଓ ଏହା ନେଗେଟିଭ ଆସିଥିଲା । ତେବେ ବର୍ତ୍ତମାନ ତାଙ୍କୁ ଖୋଜା ଚାଲିଥିବା ରାଉଟହ୍ୟାଟର ଜିଲ୍ଲା ଚିକିତ୍ସାଳୟର ମୁଖ୍ୟ ମହେଶ ଶାହ କହିଛନ୍ତି ।

ତେବେ ଦ୍ବିତୀୟ ଆକ୍ରାନ୍ତ ବର୍ତ୍ତମାନ ଦେୱାହିରେ କ୍ବାରେଣ୍ଟାଇନରେ ଅଛନ୍ତି । ଫେବୃୟାରୀ 25ରେ ନେପାଳରେ ଦକ୍ଷିଣ ଏସିଆର ପ୍ରଥମ ରାଷ୍ଟ୍ର ଭାବେ କୋରୋନା ମାମଲା ବାହାରିଥିଲା । ଚୀନରୁ ଫେରିଥିବା ଜଣେ ଛାତ୍ରଙ୍କଠାରେ କୋଭିଡ 19 ବାହାରିଥିଲା । ତେବେ ପ୍ରାୟ ମାସେ ପରେ ମାର୍ଚ୍ଚ 23ରେ ଦ୍ବିତୀୟ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ଏହାପରେ ମାର୍ଚ୍ଚ 24ରେ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଥିଲା ଯାହା ନିକଟରେ ମେ 7 ଯାଏଁ ବୃଦ୍ଧି ପାଇଛି । ଦେଶରେ ଉଦୟପୁର ଜିଲ୍ଲାକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି । ଏଠାରେ ସର୍ବାଧିକ 14ଟି ପଜିଟିଭ ବାହାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.