ETV Bharat / international

ନେପାଳରେ ଚୀନ ନିର୍ମାଣ କରୁଛି 11 କୋଠା, ବିରୋଧ କଲା ନେପାଳ ସଂଗଠନ

ନେପାଳର ଏକ ନାଗରିକ ସମାଜ ଗୋଷ୍ଠୀ ବୁଧବାର ଦେଶର ବିଭିନ୍ନ ଅଞ୍ଚଳରେ କୋଠା ନିର୍ମାଣ ଅଭିଯୋଗରେ ଚୀନ୍ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି।

ନେପାଳ ସଂଗଠନ
ନେପାଳ ସଂଗଠନ
author img

By

Published : Sep 24, 2020, 12:48 PM IST

ନୂଆଦିଲ୍ଲୀ: ନେପାଳର ଏକ ନାଗରିକ ସମାଜ ଗୋଷ୍ଠୀ ବୁଧବାର ଦେଶର ବିଭିନ୍ନ ଅଞ୍ଚଳରେ କୋଠା ନିର୍ମାଣ ଅଭିଯୋଗରେ ଚୀନ୍ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୁମଲା ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଚୀନ୍ କହିଛି ଯେ ନିଜ ସୀମା ମଧ୍ୟରେ ରହି ହିଁ ନିର୍ମାଣ କାର୍ଯ୍ୟ ହୋଇଛି।

ଆନ୍ଦୋଳନକାରୀ କହିଛନ୍ତି ଯେ ନେପାଳ ଜମି ଫେରସ୍ତ କର ଏବଂ ଚାଇନାର ସମ୍ପ୍ରସାରଣ ବନ୍ଦ କର । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତିବ୍ଦତ ସୀମାନ୍ତରେ ଥିବା ନେପାଳ ଅଞ୍ଚଳର ହୁମଲା ଜିଲ୍ଲାରେ ଚୀନ 11 ଟି କୋଠା ନିର୍ମାଣ କରିଛି। ମଙ୍ଗଳବାର ହୁମଲାର ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ ନେତୃତ୍ବରେ ନେପାଳର ଏକ ପ୍ରତିନିଧି ଦଳ ଚୀନ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଯାଇଥିଲେ। ତେବେ ଚାଇନାର ସୁରକ୍ଷା କର୍ମୀମାନେ ସେମାନଙ୍କୁ ଫେରସ୍ତ କରି କହିଥିଲେ ଯେ ଏହି ଜମି ଚାଇନାର ।

2015 ରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏକ ବୈଠକରେ ନେପାଳ ଏବଂ ଚୀନ୍ ନିଖୋଜ ସ୍ତମ୍ଭ-11ର ସ୍ଥାନ ଖୋଜିବା ପାଇଁ ସହମତ ପ୍ରକାଶ କରିଥିଲେ । ଏହି ସ୍ତମ୍ଭ ଉଭୟ ଦେଶର ସୀମାକୁ ଦର୍ଶାଏ । ତେବେ ଏହି ମାମଲାରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଚୀନ ଦୂତାବାସ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଚୀନ ସରକାର ଏହି ଘଟଣାର ତଦନ୍ତ କରିଛନ୍ତି ଏବଂ ଆବଶ୍ୟକ ହେଲେ ନେପାଳ ସରକାର ମଧ୍ୟ ଏହି ତଦନ୍ତ କରିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.