ETV Bharat / international

ନେପାଳ ରାଜନୈତିକ ସଙ୍କଟ: ଏନସିପି ନେତା ପୁଷ୍ପ କମଲଙ୍କ ସହ ବୈଠକ କଲେ ଓଲି

author img

By

Published : Jul 5, 2020, 3:25 PM IST

ରବିବାର ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପୁଷ୍ପ କମଲ ଦହଲ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ବୈଠକ କରିଛନ୍ତି । ବୈଠକର କୌଣସି ଫଳାଫଳ ନବାହାରିବା ହେତୁ ଉଭୟ ନେତା ସୋମବାର ପୁଣିଥରେ ବୈଠକ କରିବେ ବୋଲି ଜଣାପଡିଛି ।

ଓଲି
ଓଲି

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ଦଳରେ ମଧ୍ୟ ଏହାକୁ ନେଇ ବିଭାଜନ ଦେଖାଦେଇଛି। ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ସେପଟେ ଓଲି ନିଜ ଆସନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏବେ ପରିସ୍ଥିତି ଅତି ଜଟିଳ ହୋଇଛି ।

ଇତି ମଧ୍ୟରେ ରବିବାର ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ପୁଷ୍ପ କମଲ ଦହଲ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ବୈଠକ କରିଛନ୍ତି । ପୁଷ୍ପ କମଲ ଦହଲ ପ୍ରଥମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଭେଟିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ବୈଠକ କରିଥିଲେ । ତେବେ ବୈଠକର କୌଣସି ଫଳାଫଳ ନବାହାରିବା ହେତୁ ଉଭୟ ନେତା ସୋମବାର ପୁଣିଥରେ ବୈଠକ କରିବେ ବୋଲି ଜଣାପଡିଛି ।

ସେପଟେ ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ବୈଠକ ଅନୁଷ୍ଠିତ ହେବାର ଥିଲା । ସେହି ବୈଠକରେ ଓଲିଙ୍କ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହି ବୈଠକକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ବୈଠକ ପରେ ଓଲି ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.