କାବୁଲ: ଭୟଙ୍କର ବିସ୍ଫୋରଣରେ ଥରିଲା କାବୁଲ । ୱାଜିର ଆକବର ଖାନ ମସଜିଦରେ ଆତତାୟୀଙ୍କ ବିସ୍ଫୋରଣରେ 2 ମୃତ, 8 ଗୁରୁତର ଆହତ। ଏହି ଆକ୍ରମଣ ସ୍ଥାନୀୟ ସମୟ 7.30ରେ ଘଟିଥିଲା । ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ।
ଏହି ବିସ୍ଫୋରଣରେ ଇମାମି, ମହମ୍ମଦ ଆୟଜ ନିଆଜିଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଆଫଗାନିସ୍ତାର ରାଷ୍ଟ୍ରୀୟ ପ୍ରବକ୍ତା ସିଦ୍ଦିକି ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଏହି ଆଫଗାନିସ୍ତାନ ସରକାର ଏହି ଆକ୍ରମଣ ଉପରେ ଦୁଃଖ ପ୍ରକାଶ କରିଛି ।
ଏକ ମସଜିଦ ଉପରେ ଆକ୍ରମଣ ସେହି ବର୍ବରତା ଏବଂ ଅମାନୁଷିକତାକୁ ପ୍ରକାଶ କରୁଛି । ଉଦ୍ଦେଶ୍ୟମୂଳକ ଭାବରେ ଉଲେମା ଓ ନିରୀହ ଲୋକଙ୍କ ବିରୁଦ୍ଧରେ ହିଂସା ସୃଷ୍ଟି କରାଯାଉଛି । ମୃତକଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ସିଦ୍ଦିକି ।
@ANI