ETV Bharat / international

ଆଫଗାନିସ୍ତାନରେ କୋଭିଡର ଆଉ 83 ନୂଆ ମାମଲା - ଆଫଗାନୀସ୍ଥାନ କୋଭେଡ ଅପଡେଟ

ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଆଉ 83 ନୂତନ କୋଭିଡ ସଂକ୍ରମଣ ହୋଇଥିବା ନିଶ୍ଚିତ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 7,950 ଆକ୍ଟିଭ କେଶକୁ ମିଶାଇ ମୋଟ 51,847 ଜଣ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଫଗାନୀସ୍ଥାନରେ କୋଭିଡର ଆଉ 83 ନୂଆ ମାମଲା
ଆଫଗାନୀସ୍ଥାନରେ କୋଭିଡର ଆଉ 83 ନୂଆ ମାମଲା
author img

By

Published : Dec 26, 2020, 3:59 PM IST

କାବୁଲ: ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଆଉ 83 ନୂତନ କୋଭିଡ ସଂକ୍ରମଣ ହୋଇଥିବା ନିଶ୍ଚିତ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 7,950 ଆକ୍ଟିଭ କେଶକୁ ମିଶାଇ ମୋଟ 51,847 ଜଣ ସଂକ୍ରମିତ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ମୋଟ 978 ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି ଏବଂ 10 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଫେବୃୟାରୀ ସୁଦ୍ଧା ମୃତ୍ୟୁ ସଂଖ୍ୟା 2,158ରେ ପହଞ୍ଚିଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥି ସହିତ ଗତ ଶୁକ୍ରବାର ସୁଦ୍ଧା 260 ଜଣ ଆରୋଗ୍ୟ ହୋଇଥିବା ରେକର୍ଡ କରାଯାଇଛି ।

ଆଞ୍ଚଳିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଫିସିଆଲି ଯେତିକି ପରିମାଣରେ କୋଭିଡରେ ସଂକ୍ରମିତ ହେଉଥିବା ରେକର୍ଡ କରାଯାଉଛି ବାସ୍ତବ କେସ ତା’ ଠାରୁ ଯଥେଷ୍ଟ ଅଧିକ। ଅଧିକାଂଶ ଲୋକ ହସ୍ପିଟାଲ ଆସିପାରୁନାହାଁନ୍ତି, ତେଣୁ ସେମାନଙ୍କର ମାମଲା ରେଜିଷ୍ଟର ହୋଇପାରୁ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.