ETV Bharat / international

ମେକ୍ସିକୋରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 113,000 ଟପିଲା - କୋରୋନା ମହାମାରୀ

ଗତ 24 ଘଣ୍ଟା ମଧ୍ୟରେ ମେକ୍ସିକୋରେ ପ୍ରାୟ 3,600 ନୂଆ କୋରୋନା ପଜିଟିଭ୍ ଆସିଛି। ଯାହା ଦେଶରେ କୋଭିଡ୍-19 ଗଣନାକୁ 113,000 ରୁ ଅଧିକ କରିଦେଇଛି।

ମେକ୍ସିକୋରେ କୋରୋନା ରୋଗୀ ସଂଖ୍ୟା 113,000 ଟପିଲା

author img

By

Published : Jun 7, 2020, 11:04 AM IST

ମେକ୍ସିକୋ: ମୃତ୍ୟୁର କରାଳ କାୟା ବିଶ୍ଵକୁ ଢାଙ୍କି ରଖିଥିଵା ଵେଳେ କୋଭିଡ୍ ସଂକ୍ରମଣ ଵେଗ ତୀବ୍ର ହୋଇ ଚାଲିଛି। ଗତ 24 ଘଣ୍ଟା ମଧ୍ୟରେ ମେକ୍ସିକୋରେ ପ୍ରାୟ 3,600 ନୂଆ କୋରୋନା ପଜିଟିଭ୍ ଆସିଛି। ଯାହା ଦେଶରେ କୋଭିଡ୍-19 ଗଣନାକୁ 113,000 ରୁ ଅଧିକ କରିଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶର କୋଭିଡ୍-19 ମୃତ୍ୟୁସଂଖ୍ୟା 13,500 ଅତିକ୍ରମ କରିଛି। ଗତ 24 ଘଣ୍ଟା ମଧ୍ୟରେ ପଜିଟିଭ୍ କେସ୍ ବୃଦ୍ଧି 3.3% ଥିଲା - 3,593 ନୂତନ ମାମଲା ପଞ୍ଜିକୃତ ହୋଇଥିଲା। ମହାମାରୀ ଆରମ୍ଭରୁ ମୋଟ କୋଭିଡ୍-19 ମାମଲା 113,619 ରେ ପହଞ୍ଚିଛି ବୋଲି ମେକ୍ସିକୋର ଏପିଡେମୋଲୋଜି ନିର୍ଦ୍ଦେଶକ ଜୋସ୍ ଲୁଇସ୍ ଆଲୋମିଆ କହିଛନ୍ତି। ଟ୍ୱିଟରରେ ପ୍ରସାରିତ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା କହିଛି।

ମେକ୍ସିକୋର କୋଭିଡ୍-19 ମୃତ୍ୟୁସଂଖ୍ୟା 13,511 ଥିବାବେଳେ ଅନ୍ୟ 1,189 ସନ୍ଦିଗ୍ଧ କୋରୋନା ଭାଇରସ୍ ଯାଞ୍ଚରେ ଅଛି। ଦେଶରେ ବର୍ତ୍ତମାନ 19,278 ସକ୍ରିୟ କୋରୋନା ଭାଇରସ୍ ମାମଲା ରହିଛି।

ଏକ ସପ୍ତାହ ପୂର୍ବରୁ, ମେକ୍ସିକୋରେ ପ୍ରାୟ 90,000 ନିଶ୍ଚିତ କୋରୋନା ଭାଇରସ୍ ଏବଂ 9,000 ରୁ ଅଧିକ କୋଭିଡ୍-19 ମୃତ୍ୟୁ ଘଟିଥିଲା। ମାମଲା ସଂଖ୍ୟାରେ ସାପ୍ତାହିକ ବୃଦ୍ଧି ସ୍ଥିର ରହିଆସିଛି (ପ୍ରାୟ 23,000), କିନ୍ତୁ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ରବିବାରରେ ସାପ୍ତାହିକ 2500 ମୃତ୍ୟୁ ରିପୋର୍ଟ ହୋଇଥିବା ବେଳେ ଏହି ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ପ୍ରାୟ 4,000 ବୃଦ୍ଧି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.