ETV Bharat / international

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ମାଳଦ୍ବୀପ ବୈଦେଶିକ ମନ୍ତ୍ରୀ, କହିଲେ 'ବିପଦର ବନ୍ଧୁ ପ୍ରକୃତ ବନ୍ଧୁ' - କୋଭିଡ୍ ନ୍ୟୁଜ୍

ହାଇଡ୍ରକ୍ସାଇକ୍ଲୋରୋକାଇନ୍ ମେଡିସନ ମାଳଦ୍ବୀପକୁ ଦେବାକୁ ଅନୁମୋଦନ ହୋଇଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ସହ ପ୍ରଶଂସାରେ ଶତମୁଖ ମାଲଦୀପ୍ ବୈଦେଶିକ ମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

hydroxychloroquine
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମାଳଦ୍ବୀପ ବୈଦେଶିକ ମନ୍ତ୍ରୀ, କହିଲେ 'ବିପଦର ବନ୍ଧୁ ପ୍ରକୃତ ବନ୍ଧୁ'
author img

By

Published : Apr 11, 2020, 11:16 AM IST

ନୂଆଦିଲ୍ଲୀ: ମାଳଦ୍ବୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ୍ ହାଇଡ୍ରକ୍ସାଇକ୍ଲୋରୋକାଇନ୍ ପାଇଁ ମାଳଦ୍ୱୀପ ସରକାରଙ୍କ ଅନୁରୋଧକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ କୋଭିଡ୍ 19 ସହ ଲଢିବା ପାଇଁ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିବା ଏହି ହାଇଡ୍ରକ୍ସାଇକ୍ଲୋରୋକାଇନ୍ ବର୍ତ୍ତମାନ ସମୟର ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏନେଇ ଭାରତ ସରକାରଙ୍କୁ ଧନ୍ୟବାଦ ସହ ପ୍ରଶଂସାରେ ଶତମୁଖ ମାଳଦ୍ବୀପ ବୈଦେଶିକ ମନ୍ତ୍ରୀ। ବିପଦରେ ସାହାଯ୍ୟ କରିଥିବା ବନ୍ଧୁ ଜଣେ ପ୍ରକୃତ ବନ୍ଧୁ ବୋଲି ଅବଦୁଲ୍ଲା ଟ୍ବିଟ କରି କହିଛିନ୍ତି।

ପ୍ରଥମ ପର୍ଯ୍ୟାୟରେ 13 ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଛି ଭାରତ। ସେହି ତାଲିକାରେ ଥିବା ଦେଶଗୁଡିକ ହେଲେ ଆମେରିକା, ସ୍ପେନ, ଜର୍ମାନୀ, ବ୍ରାଜିଲ, ବେହରିନ, ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ବୀପ, ବାଂଲାଦେଶ, ସିଚେଲ୍ସ, ମରୁଟିଅସ ଏବଂ ଡୋମିନିକାନକୁ ପଠାଯାଇଛି ।

ସୂଚନା ଅନୁସାରେ, ଏହି ସବୁ ଦେଶକୁ 14 ମିଲିଅନ ଟାବଲେଟ ପଠାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ବାଂଲାଦେଶ 20 ଲକ୍ଷ ଟାବଲେଟ, ନେପାଳ 10, ଭୁଟାନ 2 ଲକ୍ଷ, ଶ୍ରୀଲଙ୍କା 10 ଲକ୍ଷ ଏବଂ ଜର୍ମାନୀ 50 ଲକ୍ଷ ଟାବଲେଟ ପାଇବ ବୋଲି ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.