ETV Bharat / international

କୋରୋନା ମୁକ୍ତ ରାଷ୍ଟ୍ର ତାଲିକାରେ ଦ୍ବିତୀୟ ସ୍ଥାନ ନେଲା ଲାଓସ - ଲାଓସରେ ହାର ମାନିଲା କୋରୋନା

ନ୍ୟୁଜିଲାଣ୍ଡର ସଫଳ କୋରୋନା ମୁକାବିଲା ପରେ ଏବେ ଅନ୍ୟ ଏକ କୋରୋନା ମୁକ୍ତ ରାଷ୍ଟ୍ର ଭାବରେ ଉଭା ହୋଇଛି ଲାଓସ । ଦେଶରେ ଚିକିତ୍ସାଧିନ ଅବସ୍ଥାରେ ଥିବା 19 ଜଣ କୋରୋନା ଆକ୍ରାନ୍ତ ଶନିବାର ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣା ପଡିଛି ।

corona free country, cororna free laos, corona failed in laos, coronavirus news, କୋରୋନା ମୁକ୍ତ ରାଷ୍ଟ୍ର, ଲାଓସ କୋରୋନା ମୁକ୍ତ, ଲାଓସରେ ହାର ମାନିଲା କୋରୋନା, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ମୁକ୍ତ ରାଷ୍ଟ୍ର ତାଲିକାରେ ଦ୍ବିତୀୟ ସ୍ଥାନ ନେଲା ଲାଓସ
author img

By

Published : Jun 14, 2020, 1:01 AM IST

ଭିଏଣ୍ଟିଏନ: ନ୍ୟୁଜିଲାଣ୍ଡର ସଫଳ କୋରୋନା ମୁକାବିଲା ପରେ ଏବେ ଅନ୍ୟ ଏକ କୋରୋନା ମୁକ୍ତ ରାଷ୍ଟ୍ର ଭାବରେ ଉଭା ହୋଇଛି ଲାଓସ । ଦେଶରେ ଚିକିତ୍ସାଧିନ ଅବସ୍ଥାରେ ଥିବା 19 ଜଣ କୋରୋନା ଆକ୍ରାନ୍ତ ଶନିବାର ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣା ପଡିଛି । ଏଥିସହ ଗତ 59 ଦିନ ହେବ ଦେଶରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ନିଜକୁ ଶନିବାର କୋରୋନା ମୁକ୍ତ ରାଷ୍ଟ୍ର ଭାବେ ଘୋଷଣା କରିଛି ଲାଓସ ।

କୋରୋନାର ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ଟୀକା ବାହାରି ନଥିବା ବେଳେ ଏହି ଲଢେଇରେ ସଫଳତା ହାସଲ କରିବା ନିଜ ଭିତରେ ଏକ ବହୁତ ବଡ ବିଜୟ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଥୋଙ୍ଗଲୌନ ସିସୌଲିଥ । ସେ ଦେଶରେ କୋରୋନା ସମ୍ପର୍କରେ ସୂଚନା ଦେଇ କହିଥିଲେ କି ଲାଓସରେ ଅନ୍ୟ ଦେଶମାନଙ୍କ ତୁଳନାରେ ବହୁ ବିଳମ୍ବରେ କୋରୋନାର ପଦପାତ ଦେଖିବାକୁ ମିଳିଥିଲା ।

ମାର୍ଚ୍ଚ 24ରେ ଦେଶରେ ଜନୈକ 36 ବର୍ଷୀୟ ଟୁରିଷ୍ଟ ଗାଇଡ କୋରୋନା ଦ୍ବାରା ସଂକ୍ରମିତ ୟୁରୋପିୟାନ ଅତିଥିଙ୍କ ସହ ରହି ସଂକ୍ରମିତ ହୋଇଥିଲେ । ଏଥିସହ ବ୍ୟାଙ୍ଗକକ୍‌ରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଥିବା ଜଣେ 28 ବର୍ଷୀୟ ଯୁବକ ମଧ୍ୟ ପରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଦେଶରେ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ 8926 ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ମାତ୍ର 19 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଖୁସିର କଥା କି ଏହି ସଂକ୍ରମଣରେ ଦେଶରେ କୌଣସି ମୃତ୍ୟୁ ହୋଇନାହିଁ ।

ସେପଟେ ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ଦେଶରେ ସମସ୍ତ ନାଗରିକଙ୍କ ପାଇଁ କ୍ବାରେଣ୍ଟାଇନ ନିୟମକୁ କଡାକଡି କରାଯାଇଥିଲା । କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ବାହାରକୁ ବାହାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଅନ୍ୟ ସମୟରେ ଘରେ କ୍ବାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । କେବଳ ସେତିକି ନୁହେଁ, ଦେଶର ସୀମା ବନ୍ଦ କରାଯିବା ସହ ବାର, ପବ୍‌ ଓ ରେସ୍ତୋରାଁ ଆଦି ମଧ୍ୟ ବନ୍ଦ କରାଯାଇଥିଲା ।

ଏହାପରେ ସ୍ଥିତି ନିୟନ୍ତ୍ରଣାଧିନ ହେବା ପରେ ମେ’ ମାସ ଶେଷ ସପ୍ତାହରୁ ଶିକ୍ଷା ବ୍ୟବସ୍ଥା ସ୍ବାଭାବିକ କରିବା ସହ ଅନ୍ୟାନ୍ୟ ମନୋରଞ୍ଜନ ମାଧ୍ୟମ ଯଥା ଥିଏଟର, ମଲ୍‌, ରେସ୍ତୋରାଁ, ପବ୍‌ ଆଦି ଖୋଲାଯାଇଥିଲା । ହେଲେ ଏବେ ପର୍ଯ୍ୟନ୍ତ ଦେଶର ସୀମାରେ କଟକଣା କଡାକଡି ରହିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.