ETV Bharat / international

କୋମାରେ କିମ ଜଙ୍ଗ ଉନ ! - କିମଙ୍କ ସ୍ବାସ୍ଥ୍ୟାବସ୍ଥା

ବର୍ଷ ଆରମ୍ଭରୁ ହିଁ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି । ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । କିମ ନିଜ ଭଉଣୀ କିମ ୟୋ ଜଙ୍ଗଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ ଏପରି ଖବର ଶୁଣିବାକୁ ମିଳୁଛି । ଅଧିକ ପଢନ୍ତୁ...

kim jong un, kim yo jung, north korea, kim's health, kim in coma, କିମ ଜଙ୍ଗ ଉନ, କିମ ୟୋ ଜଙ୍ଗ, ଉତ୍ତର କୋରିଆ, କିମଙ୍କ ସ୍ବାସ୍ଥ୍ୟାବସ୍ଥା, କୋମାରେ କିମ୍‌
କୋମାରେ କିମ ଜଙ୍ଗ ଉନ !
author img

By

Published : Aug 24, 2020, 2:08 PM IST

ପ୍ୟୋଙ୍ଗ୍ୟାଙ୍ଗ: ବର୍ଷ ଆରମ୍ଭରୁ ହିଁ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି । କେବେ ତାଙ୍କର ମୃତ୍ୟୁ ନେଇ ଗୁଜବ ଉଡୁଛି ତ କେତେବେଳେ ପୁଣି ଖବର ଆସୁଛି କି ସେ କୋମାରେ ରହିଛନ୍ତି । ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । କିମ ନିଜ ଭଉଣୀ କିମ ୟୋ ଜଙ୍ଗଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ ଏପରି ଖବର ଶୁଣିବାକୁ ମିଳୁଛି । ଏନେଇ ପୂର୍ବତନ ସର୍ବୋଚ୍ଚ ନେତା କିମ ଡେ ଜଙ୍ଗଙ୍କ ରାଜନୈତିକ ପରାମର୍ଶଦାତା ଚାଙ୍ଗ ସଙ୍ଗ-ମିନ ସୂଚନା ଦେଇଛନ୍ତି ।

ଏନେଇ ସେ କୋରିଆନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି କିମଙ୍କର ଚଳିତବର୍ଷ ଆରମ୍ଭରୁ ହିଁ ସ୍ବାସ୍ଥ୍ୟଗତ ଅସୁବିଧା ରହୁଥିବା ବେଳେ ବର୍ତ୍ତମାନ ସେ କୋମାରେ ରହିଛନ୍ତି । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ଏବେ ବି ଜୀବିତ । ଏବେ ବି ତାଙ୍କୁ ନିୟମିତ ଚିକିତ୍ସା ପ୍ରଦାନ କରାଯାଉଛି । କିନ୍ତୁ ଆଗକୁ କ’ଣ ହେବ ସେନେଇ କିଛି ସ୍ପଷ୍ଟ କହି ହେଉ ନାହିଁ ।

ସେପଟେ ଏନେଇ ଦକ୍ଷିଣ କୋରିଆର ଗଣମାଧ୍ୟମ ପ୍ରକାଶ କରିଛି କି କିମଙ୍କ ଖରାପ ସ୍ବାସ୍ଥ୍ୟକୁ ନଜରରେ ରଖି ଉତ୍ତର କୋରିଆରେ ଆଗାମୀ ପଦକ୍ଷେପ ପାଇଁ ୟୋଜନା ଆରମ୍ଭ ହୋଇଛି । ଏନେଇ ଆଗକୁ କିମଙ୍କ ସବୁଠାରୁ ଅଧିକ ଭରସାଯୋଗ୍ୟ ଅଧିକାରୀ ଓ ସହଯୋଗୀମାନଙ୍କୁ ଦାୟିତ୍ବ ହସ୍ତାନ୍ତପ ହେବ ବୋଲି ଜମା ପଡୁଛି । ଏନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଉଥିବା ପ୍ରକାଶ କରାଯାଇଛି । ଏହି କ୍ରମରେ ଆଗକୁ କିମଙ୍କ ଉଭଣୀ ସମସ୍ତ ଦାୟିତ୍ବ ବହନ କରିବା ନେଇ ଜଣା ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.