ETV Bharat / international

କୋରୋନା ସ୍ଥିତିରେ ସୁଧାର ଆସିବା ପରେ ଜାପାନରୁ ହଟିଲା ଜରୁରୀକାଳୀନ ନିୟମ - କୋରୋନା ସ୍ଥିତିରେ ସୁଧାର ଆସିବା ପରେ ଜାପାନରୁ ହଟିଲା ଜରୁରୀକାଳୀନ ନିୟମ

ଜାପାନରେ କୋରୋନା ସ୍ଥିତିରେ ବ୍ୟାପକ ସୁଧାର ଆସିବା ପରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ନିୟମକୁ ହଟାଇ ଦିଆଯାଇଛି । ସୋମବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏନେଇ ଘୋଷଣା କରିଛନ୍ତି ।

Japan pm shinzo abe has lifted the state of emergency
କୋରୋନା ସ୍ଥିତିରେ ସୁଧାର ଆସିବା ପରେ ଜାପାନରୁ ହଟିଲା ଜରୁରୀକାଳୀନ ନିୟମ
author img

By

Published : May 25, 2020, 6:08 PM IST

ଟୋକିଓ: ଜାପାନରେ କୋରୋନା ସ୍ଥିତିରେ ବ୍ୟାପକ ସୁଧାର ଆସିବା ପରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ନିୟମକୁ ହଟାଇ ଦିଆଯାଇଛି । ସୋମବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏନେଇ ଘୋଷଣା କରିଛନ୍ତି । ମହାମାରୀ କୋରୋନା ଭୂତାଣୁର ମୁକାବିଲା ପାଇଁ ଜାପାନରେ ଏହି ଜରୁରୀକାଳୀନ ନିୟମ ଲାଗୁ ହୋଇଥିଲା ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ଜରୁରୀକାଳୀନ ନିୟମକୁ ହଟାଇବା ପାଇଁ ଆମ ପାଖରେ କଠୋର ମାପଦଣ୍ଡ ଥିଲା । ଆମେ ଏହି ମାପଦଣ୍ଡକୁ ପୂରଣ କରିଛୁ, ତେଣୁ ଜରୁରୀକାଳୀନ ନିୟମକୁ ହଟାଇ ଦିଆଯାଇଛି । ସମଗ୍ର ଦେଶରେ ଲାଗୁ ଏହି ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି ।

ପ୍ରକାଶ ଥାଉକି, ସୋମବାର ସକାଳ ସୁଦ୍ଧା ଜାପାନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 16,550 ରହିଥିଲା । ବର୍ତ୍ତମାନ ସୁଦ୍ଧାରେ ଏଠାରେ 820 ଜଣ ମହାମାରୀ କୋରୋନାରେ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.