ETV Bharat / international

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

author img

By

Published : Aug 17, 2020, 12:05 PM IST

ଜାପାନର ଏକ ସ୍ଥାନୀୟ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସୋମବାର ସେ ଡାକ୍ତରଖାନାରେ ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା ନେଇ ଭର୍ତ୍ତି ହୋଇଥିବା ଜନୈକ ସହଯୋଗୀ ସୂଚନା ଦେଇଛନ୍ତି ।

sinzo abe, japan pm, sinzo abe's health check-up, japan latest news, sinzo abe latest news, ସିଞ୍ଜୋ ଆବେ, ଜାପାନ ପ୍ରଧାନମନ୍ତ୍ରୀ, ସିଞ୍ଜୋ ଆବେଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଜାପାନ ଲାଟେଷ୍ଟ ନ୍ୟୁଜ୍‌, ସିଞ୍ଜୋ ଆବେ ଲାଟେଷ୍ଟ ନ୍ୟୁଜ୍‌
ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଟୋକିଓ: ଜାପାନର ଏକ ସ୍ଥାନୀୟ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସୋମବାର ସେ ଡାକ୍ତରଖାନାରେ ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା ନେଇ ଭର୍ତ୍ତି ହୋଇଥିବା ଜନୈକ ସହଯୋଗୀ ସୂଚନା ଦେଇଛନ୍ତି । ଅନ୍ୟପଟେ କିନ୍ତୁ ଆବେ ବିଗତ କିଛି ଦିନ ହେବ ଅସୁସ୍ଥ ଥିବା ଗୁପ୍ତ ସୂତ୍ରରୁ ପ୍ରକାଶ ପାଇଛି । ତେଣୁ ଏହି ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନୁମାନ କରାଯାଉଛି ।

ଏନେଇ ଜନୈକ ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ ସୋମବାର ଗୋଟିଏ ଦିନିଆ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆବେ ସ୍ଥାନୀୟ କେଇଓ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ରବିବାର ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅକିରା ଅମାରି ମତ ଦେଇ କହିଥିଲେ କି ପ୍ରଧାନମନ୍ତ୍ରୀଙ୍କୁ ବର୍ତ୍ତମାନ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ସମୟ ଆସିଛି । ଅକିରାଙ୍କ ଏହି ମତକୁ ନେଇ ଆବେଙ୍କ ଖରାପ ସ୍ବାସ୍ଥ୍ୟ ନେଇ ଅନେକ କଳ୍ପନା ଜଳ୍ପନା କରାଯାଇଥିଲା ।

ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଭାବେ 2006 ମସିହାରେ ଦାୟିତ୍ବ ଗ୍ରହଣ କରିବା ପରେ 65 ବର୍ଷୀୟ ଆବେ ଅଲସର ରୋଗର ଚିକିତ୍ସା ପାଇଁ 2007 ମସିହାରେ କିଛି ସମୟର ବିରତି ନେଇଥିଲେ । ସେପଟେ ଚଳିତ ମାସ ଆରମ୍ଭରେ ଜାପାନର ସର୍ବୋଚ୍ଚ ମୁଖପାତ୍ର ତଥା କ୍ୟାବିନେଟ ମୁଖ୍ୟ ସଚିବ ୟୋସିହିଦେ ସୁଗା ଆବେଙ୍କ ଖରାପ ସ୍ବାସ୍ଥ୍ୟ ନେଇ ପରୋକ୍ଷରେ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.