ETV Bharat / international

କୋରୋନା କବଳରେ କ୍ରୁଜ: 39 ନୂଆ ମାମଲା ମିଶାଇ 174 ଛୁଇଁଲା ସଂକ୍ରମଣ ରିପୋର୍ଟ

author img

By

Published : Feb 12, 2020, 11:15 AM IST

ଜାପାନ ସମୁଦ୍ର ଉପକୂଳରେ ବିଶାଳ କ୍ରୁଜ ଜାହାଜକୁ କୋରୋନା କବଳିତ କରିଥିବା ଖବର ସାମ୍ନାକୁ ଆସିଛି । ଜାପାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘ଡାଏମଣ୍ଡ ପ୍ରିନ୍ସସେସ’ ଜାହଜରେ 3700 ଯାତ୍ରୀଙ୍କ ମଧ୍ୟରୁ 39 ନୂଆ ମାମଲା ସାମ୍ନାକୁ ଆସିଥିବା ସୂଚନା ଦେଇଛି । ଏହାକୁ ମିଶାଇ ମୋଟ 174 ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ୟୋକୋହମା: କୋରୋନା ନିୟନ୍ତ୍ରଣରୁ ବାହାରେ ହେବାରେ ଲାଗିଛି । ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ ରିପୋର୍ଟ । ଏପରିସ୍ଥଳେ ଜାପାନ ଉପକୂଳରେ ସମୁଦ୍ର ମଧ୍ୟରେ ଏକ ବିଶାଳ କ୍ରୁଜ ଜାହାଜ ଏବେ କୋରୋନା କବଳରେ । ଜାପାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘ଡାଏମଣ୍ଡ ପ୍ରିନ୍ସସେସ’ ଜାହଜରେ ଥିବା 3700 ଯାତ୍ରୀଙ୍କ ମଧ୍ୟରୁ ପୁଣିଥରେ 39 ନୂଆ ମାମଲା ସାମ୍ନାକୁ ଆସିଥିବା ସୂଚନା ଦେଇଛି । ଏହାକୁ ମିଶାଇ କ୍ରୁଜରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଞ୍ଚିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ଜାପାନର ୟୋକୋହାମା ଉପକୂଳରେ ଲାଗିଥିବା ବେଳେ ଏଥିରେ 3700 ଯାତ୍ରୀ ଥିବା ଜଣାପଡ଼ିଛି । ଏହି କ୍ରୁଜ୍‌ରେ 162 କର୍ମଚାରୀ ଭାରତୀୟ ରହିଥିଲେ । ଜାପାନ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କ୍ରୁଜରେ ଥିବା 90 ପ୍ରତିଶତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ଜାପାନ ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିବା କଥା କହିଛି । ଜାପାନ ସ୍ବାସ୍ଥ୍ୟ ମନ୍ତ୍ରୀ କାଟସୁନୋବୁ କୋଟୋ ସୋମବାର ସମସ୍ତ ଯାତ୍ରୀଙ୍କ ଲ୍ୟାବ ଟେଷ୍ଟ ପରେ ଜାହଜରୁ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ସଂଖ୍ୟାକୁ ମିଶାଇଲା ପରେ ଜାପାନରେ ଏହି ନୂତନ ଭାଇରସ କୋରୋନା ଭାଇରସ COVID-19 ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା 203ରେ ପହଞ୍ଚିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ସୂଚନା ଅନୁଯାୟୀ ଏହି କ୍ରୁଜ ଜାହଜରେ 4 ଅଷ୍ଟ୍ରେଲିଆୟ ନାଗରିକ, ଜଣେ କାନାଡା, ଇଲଣ୍ଡ, 45 ଜାପାନ, 3 ଫିଲିପିନ୍ସ, ଜଣେ ୟୁକ୍ରେନ 11 ୟୁଏସ ନାଗରିକ କୋରୋନାର ଆକ୍ରାନ୍ତ ରହିଛନ୍ତି । କୌଣସି ଭାରତୀୟ ଭାଇରସ ଦ୍ବାର ଆକ୍ରାନ୍ତ ନଥିବା ଜଣାଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ଚୀନରୁ କାୟା ବିସ୍ତାର କରି ବିଶ୍ବର 27ଟି ଦେଶକୁ ବ୍ୟାପିବାରେ ଲାଗିଛି କୋରାନା ଭାଇରସ । ଏହି ଭାଇରସରେ ଆକ୍ରାନ୍ତ ହୋଇ ଏଯାବତ 1ହଜାର 1ଶହ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ 40ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି । ଏବେ କୋରୋନା ଭାଇରସ୍‌ର ନୂଆ ନାମ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ 'କୋଭିଡ୍‌-୧୯' ରଖାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.