ETV Bharat / international

ମିଆଁମାର ଜେଡ ଖଣିରେ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା 160 ପାର - ଭୂସ୍ଖଳନ

ମିଆଁମାରରେ ଜେଡ ଖଣିରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା 160 ପାର କରିଥିବା ଜଣା ପଡିଛି ।

landslide in myanmar, jade mines landslide in myanmar, landslide, myanmar landslide update, ମିଆଁମାରରେ ଭୂସ୍ଖଳନ, ମିଆଁମାର ଖଣିରେ ଭୂସ୍ଖଳନ, ଭୂସ୍ଖଳନ, ମିଆଁମାର ଭୂସ୍ଖଳନ ଅପଡେଟ
ମିଆଁମାର ଜେଡ ଖଣିରେ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା 160 ପାର
author img

By

Published : Jul 3, 2020, 2:21 AM IST

ୟାଙ୍ଗୋନ: ମିଆଁମାରରେ ଜେଡ ଖଣିରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା 160 ପାର କରିଥିବା ଜଣା ପଡିଛି । କାଚିନ ରାଜ୍ୟରେ ହୋଇଥିବା ଏହି ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 162 ଛୁଇଁଥିବା କୁହାଯାଉଛି । ସେପଟେ ଆହୁରି ଅନେକ ଏଯାବତ୍‌ ନିଖୋଜ ରହିଥିବା ଜଣା ପଡିଛି ।

ଖଣି ସଂଗ୍ରହ କରୁଥିବା ସମୟରେ ଉପରୁ 304 ମିଟରରୁ ଉର୍ଦ୍ଧ୍ବ ଉଚ୍ଚ ଚଟ୍ଟାଣ ହଠାତ୍‌ ଭୁସୁଡି ପଡିଥିଲା । ଫଳରେ ଘଟଣାସ୍ଥଳରେ ଥିବା ଏକାଧିକ ଲୋକେ ଚଟ୍ଟାଣ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମାଟି ଅତଡା ତଳୁ ଲୋକଙ୍କୁ ଉଦ୍ଧାର କରିଥିଲେ । ତେବେ ବର୍ଷା ଋତୁ ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି ।

କାଚିନ ଜିଲ୍ଲାରେ କ୍ରମାଗତ ଭାବେ ଏପରି ଘଟଣା ଘଟି ଚାଲିଥିବା ବେଳେ ଏହି ଖଣି ସଂଗ୍ରହ କରି ନିଜ ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ଲୋକେ ଏବି ଚିନ୍ତାରେ ପଡି ଯାଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.