ଲଣ୍ଡନ: କୋଭିଡ୍-19 ମହାମାରୀରେ ଟଳି ପଡିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ଚିକିତ୍ସା କରୁଥିବା ଡାକ୍ତରଖାନାର ଡାକ୍ତରମାନେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ମୃତ୍ୟୁ ଘୋଷଣା କରିବା ପାଇଁ ପୂର୍ଵରୁ ବ୍ୟବସ୍ଥା କରିଥିଲେ ବୋଲି ସେ ରବିବାର ପ୍ରକାଶ କରିଛନ୍ତି। ତେବେ କୋରୋନାରେ ପୀଡିତ ହୋଇ ସୁସ୍ଥ ହୋଇ ଫେରିଥିବା ବୋରିସ ନିଜର ସେ ସମୟର ସଙ୍ଘର୍ଷମୟ କାହାଣୀ ବଖାଣିଛନ୍ତି।
କୋରୋନା ଭାଇରସ୍ ରୋଗରେ ଆକ୍ରାନ୍ତ ହେବା ପରେ ଏବଂ ଆଇସିୟୁରେ ରହିଥିଲେ। ଶେଷରେ ସେ ହାରିଯିବାକୁ ବସିଥିଲେ। ହେଲେ ଭାଗ୍ୟ ଜୋର ଥିବାରୁ ସେ ମରୁ ମରୁ ବଞ୍ଚିଯାଇଥିବା ଭାବପ୍ରବଣ ହୋଇ କହିଛନ୍ତି ଏକ ଶକ୍ତିଶାଳୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ।
55 ବର୍ଷିୟ ଜନସନଙ୍କୁ ଏପ୍ରିଲ 5 ରେ ସେଣ୍ଟ ଥୋମାସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେତେବେଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ଏପ୍ରିଲ 12 ରେ ଡାକ୍ତରଙ୍କ ପ୍ରାଣପଣେ ଉଦ୍ୟମ ପାଇଁ ସେ ସୁସ୍ଥ ହୋଇପାରିଥିଲେ। ଏନେଇ ବୋରିସ୍ ମେଡିକାଲ କର୍ମଚାରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।
ସୂଚନା ଥାଉକି ଯେତେବେଳେ ବୋରିସ ମେଡିକାଲରେ ଥିଲେ ତାଙ୍କୁ 'ଲିଟର ଏବଂ ଲିଟର' ଅମ୍ଳଜାନ ଦିଆଯାଉଥିଲା କିନ୍ତୁ ଆଇସିୟୁ ମନିଟରରେ କୌଣସି ସଙ୍କେତ ନଥିବାରୁ ଡାକ୍ତରମାନେ ତାଙ୍କ ମୃତ୍ୟୁ ବିଷୟରେ ଘୋଷଣା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ।