ETV Bharat / international

12 ବର୍ଷ ପରେ PM ବାସଭବନ ଛାଡ଼ିଲେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ

author img

By

Published : Jul 11, 2021, 4:17 PM IST

ଇସ୍ରାଏଲର ପ୍ରଧାନମନ୍ତ୍ରୀ ପଦବୀରୁ ହଟିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ବାସଭବନରେ ରହିଆସୁଥିବା ବେଞ୍ଜାମିନ ନେତାନ୍ୟାହୁ ବାସଭବନ ଛାଡିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

12 ବର୍ଷ ପରେ PM ବାସଭବନ ଛାଡ଼ିଲେ ଇସ୍ରାଏଲ ପୂର୍ବତନ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜ ପରିବାର ସହିତ ପ୍ରଧାନମନ୍ତ୍ରୀ ବାସଭବନ ଛାଡିଛନ୍ତି । ତେବେ ସେ 12 ବର୍ଷ ପରେ ବାଲଫୋର ଷ୍ଟ୍ରିଟରେ ଥିବା ଏହି ବାସଭବନ ଛାଡିଥିବା ସ୍ଥାନୀୟ ଗଣମାଧ୍ୟମ ରବିବାର ସୂଚନା ଦେଇଛି ।

ଗତ ସପ୍ତାହଠାରୁ ବାସଭବନ ଛାଡିବା ପାଇଁ ନେତାନ୍ୟାହୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗତ ଶୁକ୍ରବାର ବାସଭବନ ସମ୍ମୁଖରେ ଅନେକ ଗାଡି ଦେଖିବାକୁ ମିଳିଥିଲା । ଶନିବାର ନିଜ ପରିବାର ସହିତ ପ୍ରଧାନମନ୍ତ୍ରୀ ବାସଭବନରେ ଶେଷ ଭୋଜନ କରିଥିଲେ ନେତାନ୍ୟାହୁ । ସେ ଶନିବାର ବିଳମ୍ବିତ ରାତିରେ ବାସଭବନ ଛାଡିଥିବା ସମ୍ପର୍କରେ ସୂଚନା ମିଳିଥିବା ବେଳେ ଏହା ସ୍ପଷ୍ଟ ହୋଇନାହିଁ ।

ତେବେ ସୂଚନା ଥାଉ କି ଇସ୍ରାଏଲର ଲଗାତାର ଦୁଇ ବର୍ଷ ମଧ୍ୟରେ ଚତୁର୍ଥ ସାଧାରଣ ନିର୍ବାଚନ ପରେ ବୈଦେଶିକ ମନ୍ତ୍ରୀ ଜାୟର ଲାପିଦ ଏବଂ ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ ଏକତ୍ର ସରକାର ଗଠନ କରିବାରେ ସଫଳ ହୋଇଥିଲେ। ଏହାପରେ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଲା । ବେନେଟ ସରକାର ଶପଥ ନେଇଥିବା ବେଳେ 12 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ନେତାନ୍ୟାହୁ ଜେରୁଜେଲମରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଖାଲି କରିନଥିଲେ ।

ଗତବର୍ଷ ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା । କିନ୍ତୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ । କିନ୍ତୁ ଚତୁର୍ଥ ସାଧାରଣ ନିର୍ବାଚନରେ ଶେଷ ନିଜ ପଦବୀ ହରାଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.