ଗାଜା: ଇସ୍ରାଏଲର ବିମାନ ମାଡରେ ଗାଜାରେ ଥିବା ସୁଉଚ୍ଚ ଟାୱାର ଧ୍ବଂସ ବିଧ୍ବଂସ ହୋଇଯାଇଛି । ଏହି ଟାୱାରରେ ଥିବା ଅନ୍ତର୍ଜାତୀୟ ମିଡିଆ ହାଉସ ମଧ୍ୟ ଧ୍ବଂସ ପାଇଛି । ଏହି ବିମାନ ଆକ୍ରମଣରେ କିଛି ସମୟ ପରେ ଗାଜାରେ ଶାସନ କରୁଥିବା ଶାସକ ସନ୍ତ୍ରାସବାଦୀ ହମାସ ଗୋଷ୍ଠୀ ନେତାଙ୍କ ଘର ଉପରକୁ ମଧ୍ୟ ବୋମା ମାଡ କରିଥିବା ଜଣାପଡିଛି ।
ହମାସ ରାଜନୈତିକ ଦଳର ବରିଷ୍ଠ ନେତା ଅଲ-ହୟେଙ୍କ ଘରକୁ ମଧ୍ୟ ଇସ୍ରାଏଲ ବୋମା ମାଡ କରିଛି । ଏହି ଆକ୍ରମଣ ମାଧ୍ୟମରେ ଇସ୍ରାଏଲ ସୂଚାଇ ଦେବାକୁ ଚାହୁଁଛି ଯେ କେବଳ ସାମରିକ କମାଣ୍ଡର ନୁହେଁ ବରଂ ହମାସର ସର୍ବୋଚ୍ଚ ନେତୃତ୍ବଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି । ଗଣମାଧ୍ୟମ ସଂସ୍ଥାଗୁଡିକ ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିବାରେ ଲାଗିଛି । ଗଣମାଧ୍ୟମ ସଂସ୍ଥା APର କାର୍ଯ୍ୟାଳୟ ଉପରେ ଏକ ଘଣ୍ଟା ମଧ୍ୟରେ ଆକ୍ରମଣ ହେବ ବୋଲି ଇସ୍ରାଏଲ ସାମରିକ ଦଳ ଚେତାବନୀ ଦେଇଥିଲା । ଏହାପରେ କର୍ମଚାରୀମାନେ କାର୍ଯ୍ୟାଳୟ ଛାଡି ଦେଇଥିଲେ । ଇସ୍ରାଏଲର 3ଟି ମିସାଇଲ ଆକ୍ରମଣରେ ଏହି କାର୍ଯ୍ୟାଳୟ ପାଉଁଶ ହୋଇଯାଇଥିଲା ।
ତେବେ ଦୀର୍ଘ 15 ବର୍ଷ ଧରି AP କାର୍ଯ୍ୟାଳୟର ସବୁଠାରୁ ଉଚ୍ଚରେ ଥିବା ପ୍ରକୋଷ୍ଠରେ ଇସ୍ରାଏଲ ଓ ଗାଜାର ବିବାଦ ସମ୍ପର୍କରେ ଖବର ପ୍ରସାରଣ କରାଯାଉଥିଲା । ଏଥିଲାଗି ଇସ୍ରାଏଲ ଏହି ଗଣମାଧ୍ୟମ ସଂସ୍ଥା ଉପରକୁ ଆକ୍ରମଣ କରିଛି । ଏହାସହିତ ଏହି ଗଣମାଧ୍ୟଂ ସଂସ୍ଥା 24 ଘଣ୍ଟିଆ ଲାଇଭ ପ୍ରସାରିତ କରୁଥିଲେ ଯେଉଁଥିରେ ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ସଂଘର୍ଷର ପ୍ରସାରଣ କରାଯାଉଥିଲା । ଗଣମାଧ୍ୟମ ସଂସ୍ଥା APର କାର୍ଯ୍ୟାଳୟ ଧ୍ବଂସ ହେବା ପରେ ଗାଜାରେ କ'ଣ ଘଟୁଛି ସେ ସମ୍ପର୍କରେ ବର୍ତ୍ତମାନ କମ ଖବର ପାଇବ ବିଶ୍ବ । ଇସ୍ରାଏଲ ଗାଜାରେ ଥିବା ଗଣମାଧ୍ୟମ ସଂସ୍ଥା APର ବ୍ୟୁରୋ ଅଫିସ ଓ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ଇସ୍ରାଏଲ ଆକ୍ରମଣ କରିବା ପରେ APର ସଭାପତି ତଥା ସିଇଓ ଗାରି ପ୍ରୁଏଟ ଆଶ୍ଚର୍ଯ୍ୟ ହୋଇପଡିଥିବା କହିଛନ୍ତି ।
ସାମ୍ବାଦିକମାନଙ୍କୁ ରକ୍ଷା କରିବା ପାଇଁ ନ୍ୟୁୟର୍କ କମିଟି ଇସ୍ରାଏଲକୁ ମିଡିଆ ହାଉସ ଉପରେ ଆକ୍ରମଣର କାରଣ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ମାଗିଛନ୍ତି । ତେବେ ସୂଚନା ଥାଉ କି ଗତ ସୋମବାରଠାରୁ ଇସ୍ରାଏଲ ଓ ଗାଜା ମଧ୍ୟରେ ବିବାଦ ଲାଗି ରହିଛି । ଉଭୟ ପକ୍ଷରୁ ବିମାନ ଆକ୍ରମଣ ହେଉଥିବାରୁ ଗାଜାରେ 145 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ 41 ଜଣ ଶିଶୁ, 23 ମହିଳାଙ୍କ ମୃତ୍ୟୁ ଘଟିଛି । ଏହାସହିତ ଇସ୍ରାଏଲରୁ 8 ଝଣଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲର ରାଜଧାନୀ ଜେରୁଜୁଲମରୁ ପାଲେଷ୍ଟାଇନଙ୍କୁ ହଟାଇବା ପାଇଁ ଚାଲିଛି ଏହି ସଂଘର୍ଷ । ଗାଜାର ମିଡିଆ ହାଉସ ଉପରେ ଇସ୍ରାଏଲର ଆକ୍ରମଣ ପାଇଁ ରବିବାର ଜାତିସଂଘର ସୁରକ୍ଷା ପରିଷଦ ବୈଠକ ବସିବ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ