ETV Bharat / international

ପ୍ରତିଶୋଧ ପରାୟଣ ଇରାନ, ଆମେରିକା ଦୂତାବାସରେ ରକେଟ ମାଡ

author img

By

Published : Jan 5, 2020, 8:46 AM IST

ଇରାକର ରାଜଧାନୀ ବାଗଦାଦସ୍ଥିତ ଗ୍ରୀନଜୋନ(ଆମେରିକା ନେତୃତ୍ବାଧୀନ ମିଳିତ ସେନାର ଶିବିର)ଉପରେ 2ଟି ରକେଟ ମାଡ କରିଛି ଇରାନ ।

iraq-rocket-attack
ଫାଇଲ ଫଟୋ

ତେହେରାନ: ଇରାନ ସେନା କମାଣ୍ଡର କାଶିମ ସୁଲେମାନଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ହତ୍ୟା କରିବାର 24 ଘଣ୍ଟା ପରେ ଏହାର ପ୍ରତିଶୋଧ ନେଇଛି ଇରାନ । ଇରାକର ରାଜଧାନୀ ବାଗଦାଦସ୍ଥିତ ଗ୍ରୀନଜୋନ(ଆମେରିକା ନେତୃତ୍ବାଧୀନ ମିଳିତ ସେନାର ଶିବିର)ଉପରେ 2ଟି ରକେଟ ମାଡ କରିଛି ଇରାନ । କେତେକ ରକେଟ ମାଡ ଆମେରିକୀୟ ଦୂତାବାସ ଉପରେ ମଧ୍ୟ ହୋଇଛି । ଏହି ଆକ୍ରମଣ ସ୍ଥାନୀୟ ସମୟାନୁଯାୟୀ ସନ୍ଧ୍ୟା ସମୟରେ ହୋଇଥିଲା ।

ତେବେ କ୍ରମାଗତ ଦୁଇଟି ବିସ୍ଫୋରଣ ହେବାରୁ ଆମେରିକୀୟ ଦୂତାବାସ ଓ ଇରାକ ସରକାରଙ୍କ କେତେକ କାର୍ଯ୍ୟାଳୟ ଧ୍ବଂସ ହୋଇଛି । ଏଥିରେ କେତେକ ବ୍ୟକ୍ତି ଆହତ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ଏହି ଆକ୍ରମଣ ପରେ ଆମେରିକୀୟ ଦୂତାବାସ ଉପରେ ହେଲିକପ୍ଟର ଉଡୁଥିବା ନଜର ଆସିଥିଲା ।

ସେପଟେ ଇରାନର ଏହି ହରକତ ପରେ ତାକୁ କଡା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଇରାନ ପୁଣିଥରେ ଆକ୍ରମଣ କରି ଆମେରିକାର ଲୋକ କିମ୍ବା ଶିବିରକୁ କ୍ଷତି ପହଞ୍ଚାଇବାର ପ୍ରୟାସ କରେ ତାହାଲେ ତାର ୫୨ଟି ଶିବିରକୁ ଗୋଟିଏ ଝଟକାରେ ଧ୍ବଂସ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, ଇରାନର 52ଟି ଶିବିର ଉପରେ ଆମେରିକା ନଜର ରଖିଛି, ଯାହା ଇରାନ ଏବଂ ଇରାନବାସୀଙ୍କ ସଂସ୍କୃତି ବେଶ ଗୁରୁତ୍ବପୂର୍ଣ୍ଣ । ଆମେ କୌଣସି ବି ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ଅଛୁ ।

Intro:Body:

zdgbvDFgdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.