ETV Bharat / international

ପାକିସ୍ତାନ ଭାରତୀୟ ଦୂତାବାସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

author img

By

Published : Jun 21, 2020, 7:31 PM IST

କୋରୋନା ପ୍ରଭାବ ସତ୍ତ୍ବେ ସାରା ବିଶ୍ବରେ ନିରାଡମ୍ବର ଭାବେ ପାଳନ ହୋଇଛି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ମଧ୍ୟ ଏହି ଦିବସକୁ ସୁରକ୍ଷିତ ପଦକ୍ଷେପ ସହ ପାଳନ କରାଯାଇଛି ।

pakistan's indian embassy celebrates yoga day, international yoga day, yoga day in pakistan, pakistan corona update, ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ଯୋଗ ଦିବସ, ଅନ୍ତର୍ଜାତୀୟ ଯୋଗ ଦିବସ, ପାକିସ୍ତାନରେ ଯୋଗ ଦିବସ, ପାକିସ୍ତାନରେ କୋରୋନା ଅପଡେଟ
ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଇସଲାମାବାଦ: କୋରୋନା ପ୍ରଭାବ ସତ୍ତ୍ବେ ସାରା ବିଶ୍ବରେ ନିରାଡମ୍ବର ଭାବେ ପାଳନ ହୋଇଛି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ମଧ୍ୟ ଏହି ଦିବସକୁ ସୁରକ୍ଷିତ ପଦକ୍ଷେପ ସହ ପାଳନ କରାଯାଇଛି । ସୁରକ୍ଷିତ ସାମାଜିକ ଦୂରତ୍ବ ବଜାୟ ରଖି ଏହି ଯୋଗ କରିବା ସହ ଭାରତୀୟ ଦୂତାବାସରେ ଏହି ଦିବସକୁ ସୁରୁଖୁରୁରେ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୋଗ ଅଧିକାରୀମାନେ ସାମିଲ ହୋଇ ଯୋଗ କରିଥିଲେ । ଏଥିସହ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ‘#ୟୋଗାଆଟ୍‌ହୋମ’ ଓ ‘#ୟୋଗାୱିଥଫ୍ୟାମିଲି’ର ବାର୍ତ୍ତା ଦେଇଥିଲେ । ଏହି ବାର୍ତ୍ତାରେ ସେମାନେ ଏହି ମଧ୍ୟ କହିଥିଲେ କି ଯୋଗ ଦ୍ବାରା ନା ଯେ କେବଳ ଶରୀରର ସୁସ୍ଥ ରୁହେ ତାହା ନୁହେଁ, ଏହା ଦ୍ବାରା ମନ ଓ ମସ୍ତିଷ୍କ ସୁସ୍ଥ ରୁହେ । ବର୍ତ୍ତମାନ କୋରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଏହାର ଅତି ଆବଶ୍ୟକତା ରହିଥିବା ଟ୍ବିଟ ଯୋଗେ ଜଣା ଯାଇଥିଲା ।

ଅନ୍ୟପଟେ ପାକିସ୍ତାନରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 6604ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତ ସଂଖ୍ୟା 1ଲକ୍ଷ 77 ହଜାର ପାର କରିଛି । ସେପଟେ ବର୍ତ୍ତମାନ ସୁଦ୍ଧା 67,892 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 3501ଜଣ କୋରୋନାରେ ପ୍ରାଣ ହାରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.