ETV Bharat / international

ସାଉଦିରେ ଅନ୍ତର୍ଜାତୀୟ ଉଡାଣ ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ବାତିଲ - ସାଉଦିରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ସାଉଦି ଆରବର ଫ୍ଲାଗ କ୍ୟାରିଅର ସୋମବାର କରିଛି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ଦେଶରେ ଓ ଦେଶକୁ ହେଉଥିବା ସମସ୍ତ ଅନ୍ତର୍ଜାତୀୟ ଉଡାଣ ବାତିଲ କରିବା ନେଇ ଜଣାପଡିଛି ।

international flight service in saudi, flight service in saudi, international flight service suspended in saudi, flight service amid lockdown, ସାଉଦି ଆରବରେ ଅନ୍ତର୍ଜାତୀୟ ବିମାନ ସେବା, ସାଉଦି ଆରବରେ ବିମାନ ସେବା, ସାଉଦିରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ, ଲକଡାଉନରେ ବିମାନ ସେବା
ସାଉଦିରେ ଅନ୍ତର୍ଜାତୀୟ ଉଡାଣ ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ବାତିଲ
author img

By

Published : Jun 15, 2020, 8:52 PM IST

ରିୟାଦ: ସାଉଦି ଆରବର ଫ୍ଲାଗ କ୍ୟାରିଅର ସୋମବାର କରିଛି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ଦେଶରେ ଓ ଦେଶକୁ ହେଉଥିବା ସମସ୍ତ ଅନ୍ତର୍ଜାତୀୟ ଉଡାଣ ବାତିଲ କରିବା ନେଇ ଜଣା ପଡିଛି । ଦେଶରେ କୋରୋନା ସଂକ୍ରମଣର ବର୍ଦ୍ଧିତ ସଂଖ୍ୟାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ସେପଟେ ଦେଶରେ ଅନ୍ତର୍ଜାତୀୟ ବିମାନସେବା ସ୍ବାଭାବିକ କେବେ ହେବ ଓ ଏହାର ସୂଚୀ କ’ଣ ରହିବ ତାହା ସରକାର ସୂତ୍ରରେ ପ୍ରକାଶ କରାଯିବା ନେଇ ମଧ୍ୟ କୁହାଯାଇଛି ।

ବର୍ତ୍ତମାନ ଦେଶବାସୀ ଯେଉଁମାନେ ଅନ୍ୟ ଦେଶରେ ଅଟକି ରହିଥିଲେ, ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନ୍ତର୍ଜାତୀୟ ଉଡାଣ ଜାରି ରହିବ । ଏହାଛଡା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ଉଡାଣ ପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ଜେଦାହ ଓ ହେଲ ମଧ୍ୟରେ ଘରୋଇ ଉଡାଣ ସୋମବାର ଠାରୁ ଆରମ୍ଭ ହୋଇଥିବା ସୂଚନା ରହିଛି । ଇତି ମଧ୍ୟରେ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ବେସାମରିକ ବିମାନ ଚଳାଚଳ ବିଭାଗ ଦେଶରେ 5ଟି ନୂଆ ଘରୋଇ ବିମାନବନ୍ଦର ସ୍ଥାପନ କରିଛି ।

ସୂଚନା ମୁତାବକ ବେସାମରିକ ବିମାନ ଚଳାଚଳ ବିଭାଗ ମେ’ 31ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ପାଇଁ ଅନୁମତି ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗ ଠାରୁ ଗ୍ରୀନ ସିଗନାଲ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.