ଜାକର୍ତ୍ତା: ଇଣ୍ଡୋନେସିଆରେ ବଡଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 6.5 ରହିଛି । ସକାଳ 5ଟା 16ରେ ଇଣ୍ଡୋନେସିଆର ସିରମ ଦ୍ବୀପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।
ପୂର୍ବ ଇଣ୍ଡୋନେସିଆର ମଲକୁରେ ଥିବା ଏହି ସିରମ ଦ୍ବୀପରେ ଗତବର୍ଷ ବଡ ଧରଣର ଭୂମିକମ୍ପ ହେବା ସହ ଭୟଙ୍କର ସୁନାମୀ ଆସିଥିଲା । ଏଥିରେ 4,340 ଲୋକଙ୍କ ମୃତ୍ୟ ହୋଇଥିଲା ।