ଦୁବାଇ: ୟୁଏଇର ଏକ ଡାକ୍ତରଖାନାରେ କୋଭିଡ-19 ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦେହାନ୍ତ । ଚିକିତ୍ସାରେ ଆଗରେ ଥିବା 61 ବର୍ଷୀୟ ଭାରତୀୟ ଡାକ୍ତର କୋରୋନାରେ ପ୍ରାଣ ହରାଇଛନ୍ତି । ରବିବାର ସେ କାମ କରୁଥିବା ଡାକ୍ତରଖାନା ପକ୍ଷରୁ ଏନେଇ ସୂଚନା ମିଳିଛି। ମୃତ ଡାକ୍ତର ମହାରାଷ୍ଟ୍ରର ନାଗପୁର ଡ ସୁଧୀର ରାମବାଉ ୱାଶିମକର ବୋଲି ଜଣାପଡିଛି । ଶନିବାର ଦିନ ଅଲ ଆଇନ୍ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି।
ସେ ଭିପିଏସ୍ ହେଲଥ କେୟାର ନେଟୱାର୍କର ଅଲ୍ ଆଇନ୍ ସ୍ଥିତ ବୁର୍ଜିଲ୍ ରୟାଲ୍ ହସ୍ପିଟାଲରେ ନିଯୁକ୍ତି ପାଇଥିଲେ।"ଡ. ୱାଶିମକର ଜଣେ ଆଗଧାଡ଼ିର ଯୋଦ୍ଧା ଥିଲେ ଏବଂ ବୁର୍ଜିଲ ରୟାଲ ହସ୍ପିଟାଲରେ କୋଭିଡ-19 ରୋଗୀଙ୍କ ଚିକିତ୍ସା ତଥା ଯୋଗଦେବାରେ ସେ ଆଗରେ ଥିଲେ। ସେ ମେ 9 ରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଦୁଇ ଦିନ ପରେ, ମେ 11 ରେ ତାଙ୍କୁ ଅଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
"ସେ ଜଣେ ସ୍ନେହପୂର୍ଣ୍ଣ ଏବଂ ପରିଶ୍ରମୀ ବ୍ୟକ୍ତି ଥିଲେ। ସେ ନିଜ ରୋଗୀଙ୍କ ସେବା କରିବାକୁ ବହୁତ ଆଗ୍ରହୀ ଥିଲେ ଏବଂ ଶେଷ ପର୍ଯ୍ୟନ୍ତ ତାଙ୍କ ବୃତ୍ତିର ଅଖଣ୍ଡତା ଏବଂ ମୂଲ୍ୟବୋଧକୁ ସମର୍ଥନ କରିଆସୁଥିଲେ।" ଅଲ ଆଇନରେ ଭିପିଏସ୍ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଅରୁଣ ମେନନ୍ କହିଛନ୍ତି ଯେ ଡାକ୍ତରଙ୍କ ଦେହାନ୍ତ ହେବା ଅନୁଷ୍ଠାନ ପାଇଁ ଏକ ବଡ କ୍ଷତି। ଡକ୍ଟର ମେନନ କହିଛନ୍ତି, "ଡ ୱାଶିମକର 2018 ରେ ଏଠିକାର ସଦସ୍ୟ ହୋଇଥିଲେ । ସେତେବେଳେ ସେ ବୁର୍ଜିଲରେ ମେଡିସିନ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ। ଜଣେ ଅଭିଜ୍ଞ ତଥା ଦକ୍ଷ ଡାକ୍ତର ।