ETV Bharat / international

ଭାରତରୁ ଫେରି କୋରୋନାରେ ଆକ୍ରାନ୍ତ ହେଲେ ଶ୍ରୀଲଙ୍କାର ମହିଳା

author img

By

Published : Apr 18, 2020, 1:14 AM IST

ତୀର୍ଥ ପାଇଁ ଭାରତ ଆସି କୋରୋନାରେ ସଂକ୍ରମିତ ହୋଇଛନ୍ତି ଶ୍ରୀଲଙ୍କାର ଜଣେ ମହିଳା । ଶୁକ୍ରବାର ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେଶ ବାହାରେ ସଂକ୍ରମିତ ହୋଇଥିବା ଶ୍ରୀଲଙ୍କାରେ ଏହା ପ୍ରଥମ ମାମଲା । ଅଧିକ ପଢ଼ନ୍ତୁ...

corona update, India returned tested positive, corona in srilanka, coronavirus news, ଭାରତ ଫେରନ୍ତା କୋରୋନା ପଜିଟିଭ, କୋରୋନା ଅପଡେଟ, ଶ୍ରୀଲଙ୍କାରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌
ଭାରତରୁ ଫେରି କୋରୋନାରେ ଆକ୍ରାନ୍ତ ହେଲେ ଶ୍ରୀଲଙ୍କାର ମହିଳା

କଲମ୍ବୋ: ତୀର୍ଥ ପାଇଁ ଭାରତ ଆସି କୋରୋନାରେ ସଂକ୍ରମିତ ହୋଇଛନ୍ତି ଶ୍ରୀଲଙ୍କାର ଜଣେ ମହିଳା । ଶୁକ୍ରବାର ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେଶ ବାହାରେ ସଂକ୍ରମିତ ହୋଇଥିବା ଶ୍ରୀଲଙ୍କାରେ ଏହା ପ୍ରଥମ ମାମଲା । ବର୍ତ୍ତମାନ ଦେଶର 40ଟି କ୍ବାରେଣ୍ଟାଇନ ସେଣ୍ଟରରେ 3500 ଲୋକଙ୍କୁ ରଖାଯାଇଥିବା ବେଳେ ଏହା କ୍ବାରେଣ୍ଟାଇନ ସେଣ୍ଟର ବାହାରର ପ୍ରଥମ ମାମଲା ।

ଏଯାବତ ଦେଶରେ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଆସିଥିବା ଏହା ପ୍ରଥମ ମାମଲା । ଯାହା ଲୋକଙ୍କ ପ୍ରତି ସାମାନ୍ୟ ବିପଦ ସୃଷ୍ଟି କରିଛନ୍ତି ନିଶ୍ଚିତ ବୋଲି କହିଛନ୍ତି ଶ୍ରୀଲଙ୍କାର ଜଣେ ଡାକ୍ତର । ରିପୋର୍ଟ ମୁତାବକ ଶ୍ରୀଲଙ୍କାରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 268 ଆକ୍ରାନ୍ତ ଓ 7 ମୃତ୍ୟୁର ସୂଚନା ରହିଛି । କିନ୍ତୁ ଏହି ମହିଳାଙ୍କ ଖବର ଜଣା ଯିବା ପରେ ଲୋକଙ୍କ ଉପରେ କଡା ନଜର ରଖାଯାଇଛି ।

ସମ୍ପୃ୍କ୍ତ ମହିଳା ଜଣଙ୍କ କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ସେପଟେ ଦେଶରେ ଏପ୍ରିଲ 20 ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଛି । ଯେଉଁଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.