ETV Bharat / international

ପାକିସ୍ତାନରେ କୋକୁଆ ଭୟ; ବିଦେଶ ମନ୍ତ୍ରୀ କହିଲେ, ଭାରତ ପୁଣି କରିପାରେ ସର୍ଜିକାଲ ଷ୍ଟ୍ରାଇକ୍

author img

By

Published : Dec 18, 2020, 8:47 PM IST

ୟୁଏଇ ଗସ୍ତରେ ଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ କହିଛନ୍ତି, ଭାରତ ପୂନର୍ବାର କରିପାରେ ସର୍ଜିକାଲ ଷ୍ଟ୍ରାଇକ । ଅଧିକ ପଢନ୍ତୁ...

ଭୟରେ ବଞ୍ଚୁଛି ପାକିସ୍ତାନ; କୁରେଶୀ କହିଲେ, ଭାରତ ପୂନର୍ବାର କରିପାରେ ସର୍ଜିକାଲ ଷ୍ଟ୍ରାଇକ

ଆବୁଧାବୀ: ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନରେ କୋକୁଆ ଭୟ । ୟୁଏଇ ଗସ୍ତରେ ଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ କହିଛନ୍ତି, ଭାରତ ପୂନର୍ବାର କରିପାରେ ସର୍ଜିକାଲ ଷ୍ଟ୍ରାଇକ । ଆବୁଧାବୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମେହମୁଦ କୁରୈଶୀ ।

ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ କହିଛନ୍ତି, ତାଙ୍କୁ ଗୁଇନ୍ଦା ବିଭାଗ ମାଧ୍ୟମରୁ ସୂଚନା ମିଳିଛି ଯେ ଭାରତ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି । ନିଜର ଭୟ ଲୁଚାଇବାକୁ ଯାଇ କୁରେଶୀ କହିଛନ୍ତି, ଆଭ୍ୟନ୍ତରୀଣ ମାମଲାରୁ ଧ୍ୟାନ ହଟାଇବା ପାଇଁ ଭାରତ ଏପରି କରିବାକୁ ଚାହୁଁଛି । ତେବେ ପାକିସ୍ତାନର ସେନା ଆଲର୍ଟରେ ରହିଥିବା ଡନ ନ୍ୟୁଜ ସୂତ୍ରରୁ ଜଣାପଡିଛି ।

ଭାରତ ଉରୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ 2016 ରେ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଏହି କାର୍ଯ୍ୟାନୁଷ୍ଠାରେ ପିଓକେ ସ୍ଥିତ ଅନେକ ଆତଙ୍କବାଦୀ ଆଡ୍ଡା ଧ୍ବଂସ ହୋଇଯାଇଥିଲା । 2016 ସେପ୍ଟେମ୍ବର 28 ବିଳମ୍ବିତ ରାତିରେ ଭାରତୀୟ ଯବାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀ ଶିବିର ନଷ୍ଟ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.