ETV Bharat / international

‘ଭାରତ-ଚୀନ ମୁହାଁମୁହିଁ ପରିସ୍ଥିତି ପାଇଁ ଭାରତ ଦାୟୀ’

author img

By

Published : Jun 19, 2020, 5:44 PM IST

ଲଦାଖର ଗଲୱାନ ଭ୍ୟାଲିରେ ଜାରି ରହିଥିବା ଭାରତ-ଚୀନ ସଂଘର୍ଷ ପାଇଁ ଭାରତ ସମ୍ପୂର୍ଣ୍ଣ ଦାୟୀ ବୋଲି ଶୁକ୍ରବାର ଦୋଷାରୋପ କରିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜାଓ ଲିଜିଆନ ଏନେଇ ବୟାନ ଦେଇଛନ୍ତି ।

indo-china face off, galwan face off, indo-china face off in ladakh, india-china relation, ଭାରତ-ଚୀନ ମୁହାଁମୁହିଁ ସ୍ଥିତି, ଗଲୱାନ ସଂଘର୍ଷ, ଲଦାଖରେ ଭାରତ-ଚୀନ ସଂଘର୍ଷ, ଭାରତ-ଚୀନ ସମ୍ପର୍କ
‘ଭାରତ-ଚୀନ ମୁହାଁମୁହିଁ ପରିସ୍ଥିତି ପାଇଁ ଭାରତ ଦାୟୀ’

ବେଜିଂ: ଲଦାଖର ଗଲୱାନ ଭ୍ୟାଲିରେ ଜାରି ରହିଥିବା ଭାରତ-ଚୀନ ସଂଘର୍ଷ ପାଇଁ ଭାରତ ସମ୍ପୂର୍ଣ୍ଣ ଦାୟୀ ବୋଲି ଶୁକ୍ରବାର ଦୋଷାରୋପ କରିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜାଓ ଲିଜିଆନ ଏନେଇ ବୟାନ ଦେଇଛନ୍ତି । ଭାରତରେ ବର୍ତ୍ତମାନ ‘ବୟକଟ ଚାଇନିଜ ପ୍ରଡକ୍ଟ’ ନେଇ ନାରା ତେଜିବାରେ ଲାଗିଥିବାରୁ ଏହି ପ୍ରସଙ୍ଗରେ ଉତ୍ତର ଦେଇ ଜାଓ ଏପରି ମନ୍ତବ୍ୟ ଦେଇଥିଲେ ।

ଜାଓ କହିଥିଲେ କି ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ସଂଘର୍ଷର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ତଥାପି ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ କେବଳ ଭାରତ ହିଁ ଦାୟୀ । ଏନେଇ ଭାବିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । କିଏ ଠିକ୍‌ କିଏ ଭୁଲ ତାହା ଅତି ସ୍ପଷ୍ଟ ଦେଖାଯାଉଛି । ଏଥିସହ ଭାରତରେ ତେଜିବାରେ ଲାଗିଥିବା ଚୀନ ବିରୋଧୀ ମନୋଭାବକୁ ଦୂର କରିବା ପାଇଁ ଉଭୟ ଦେଶ ଏକାଠି ଆଲୋଚନା କରିବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିପାରିବେ ବୋଲି ଜାଓ ମତ ଦେଇଛନ୍ତି ।

ସେପଟେ ସଂଘର୍ଷ ସମୟରେ କୌଣସି ଭାରତୀୟ ଜବାନଙ୍କ ଚୀନ କାବୁ କରିନଥିବା ଜାଓ ସୂଚନା ଦେଇଛନ୍ତି । ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବସ୍ତବ ମଧ୍ୟ ମୁହାଁମୁହିଁ ପରିସ୍ଥିତିରେ କୌଣସି ଭାରତୀୟ ଜବାନ ନିଖୋଜ ନଥିବା ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ ଜୁନ 15 ଓ 16 ରାତିରେ ଗଲୱାନ ଭ୍ୟାଲି ହୋଇଥିବା ଭାରତ-ଚୀନ ସଂଘର୍ଷରେ 20 ଭାରତୀୟ ଜବାନ ଶହୀଦ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.