ETV Bharat / international

ନୱାଜଙ୍କୁ ଇମରାନଙ୍କ ପ୍ରତିଆକ୍ରମଣ, କରିଛନ୍ତି ଜିଆ-ଉଲ-ହକଙ୍କ ଜୋତା ସଫା

author img

By

Published : Oct 18, 2020, 4:03 PM IST

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ନୱାଜଙ୍କ ଉପରେ ବର୍ଷିଛନ୍ତି ଇମରାନ । ଅଧିକ ପଢନ୍ତୁ:

ନୱାଜଙ୍କୁ ଇମରାନଙ୍କ ପ୍ରତିଆକ୍ରମଣ
ନୱାଜଙ୍କୁ ଇମରାନଙ୍କ ପ୍ରତିଆକ୍ରମଣ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ନୱାଜ ପାକିସ୍ତାନ ନିର୍ବାଚନରେ ସେନା ମୁଖ୍ୟଙ୍କୁ ହସ୍ତକ୍ଷେପକୁ ନିନ୍ଦା କରିବା ପରେ ବର୍ଷିଛନ୍ତି ଇମରାନ ।

70 ବର୍ଷିୟ ସରିଫ ଶୁକ୍ରବାର ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ଟାର୍ଗେଟ କରିଥିଲେ ।

ନୱାଜ କହିଥିଲେ ଯେ ଇମରାନ ଖାନଙ୍କୁ ଜିତେଇବା ପାଇଁ 2018 ନିର୍ବାଚନରେ ​​ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ ହସ୍ତକ୍ଷେପ କରିଛନ୍ତି। ଏହି ବିବୃତ୍ତିରେ ନୱାଜଙ୍କୁ ଉତ୍ତର ଦେଇ ଇମରାନ କହିଛନ୍ତି ଯେ ପିଏମଏଲ-ଏନ ଅଧ୍ୟକ୍ଷ ନୱାଜ ସରିଫ ଜେନେରାଲ ଜିଆଙ୍କ ଜୋତା ସଫା କରି କ୍ଷମତାକୁ ଆସିଛନ୍ତି। ପ୍ରକାଶଥାଉକି, ନୱାଜ ସରିଫ 1980 ଦଶକରେ ରାଜନୀତିରେ ଆସିଥିଲେ ଯେତେବେଳେ ଜେନେରାଲ ଜିଆ-ଉଲ-ହକ ଦେଶରେ ସାମରିକ ଆଇନ ପ୍ରଣୟନ କରିଥିଲେ।

ଇମରାନ ଖାନ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ନୱାଜ୍ 1980 ଦଶକର ଶେଷ ଭାଗରେ ମୀରନ୍ ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବେନଜିର ଭୁଟ୍ଟୋଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଦୁର୍ନୀତି ଅଭିଯୋଗରେ ପାକିସ୍ତାନ ମୁସଲିମ ଲିଗ ଦଳର ନେତା ନୱାଜଙ୍କୁ 2017ରେ କ୍ଷମତାରୁ ହଟାଇ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.