ETV Bharat / international

୨୩ ବର୍ଷ ପରେ ପ୍ରଥମ ଗସ୍ତ, ଫେବୃଆରୀରେ ଋଷ ଯିବେ ପାକ୍ ପିଏମ

author img

By

Published : Feb 7, 2022, 2:28 PM IST

ଚଳିତ ମାସରେ ଋଷ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୨୩ ବର୍ଷ ପରେ ଏହା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଯାତ୍ରା ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଫେବୃଆରୀରେ ଋଷ ଯିବେ ପାକ୍ ପ୍ରଧାନମନ୍ତ୍ରୀ
ଫେବୃଆରୀରେ ଋଷିଆ ଗସ୍ତ କରିବେ ପାକ୍ ପ୍ରଧାନମନ୍ତ୍ରୀ

ଇସଲାମବାଦ: ଋଷ ଗସ୍ତ କରିବେ ପାକ୍ ପ୍ରଧାନମନ୍ତ୍ରୀ । ଚଳିତ ମାସରେ ଋଷ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୨୩ ବର୍ଷ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଯାତ୍ରା ହେବ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ଏହି ଗସ୍ତ କରିବେ ଇମ୍ରାନ ।

ଏହି ଗସ୍ତ ସମୟରେ ଇମ୍ରାନ ଖାନ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧଙ୍କ ସହ ଯୋଗ ଦେବେ। ମାର୍ଚ୍ଚ 1999 ରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଋଷ ଗସ୍ତରେ ଯାଇଥିଲେ । ଋଷ ଗସ୍ତ କରିବାରେ ଦେଶର ଶେଷ ପ୍ରଧାନମନ୍ତ୍ରୀ ହୋଇଥିଲେ ନୱାଜ ସରିଫ । ଗତ ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗସ୍ତ ପାଇଁ ଏକ ଯୋଜନା ଶେଷ କରିବାକୁ ମସ୍କୋ ଏବଂ ଇସଲାମବାଦ ଆଲୋଚନା ଚାଲିଥିବା ଖବର ପ୍ରକାଶ ପାଇବା ପରେ ଏହି ଖବର ଆସିଛି।

ଏହା ବି ପଢନ୍ତୁ...ଇମ୍ରାନ-ଜିନପିଙ୍ଗ ଭେଟଘାଟ, ପୁଣି ଉଠିଲା କାଶ୍ମୀର ପ୍ରସଙ୍ଗ

ଇମ୍ରାନ ଖାନ ପୁଟିନଙ୍କୁ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ଦେଇ ସାରିଥିବା ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଗତ ମାସରେ ଟେଲିଫୋନିକ ବାର୍ତ୍ତାଳାପରେ ପୁଟିନଙ୍କୁ ନିମନ୍ତ୍ରଣ ଦେଇଥିଲେ। ପୁଟିନଙ୍କ ଗସ୍ତ ନେଇ ଗତ ଦୁଇ ବର୍ଷ ଧରି ଆଲୋଚନା ହୋଇଥିଲା କିନ୍ତୁ କୋରୋନା ମହାମାରୀ ସମେତ ଅନେକ କାରଣରୁ ତାହା ସମ୍ଭବ ହୋଇ ପାରିନଥିଲା । ଆଗକୁ ଋଷ ରାଷ୍ଟ୍ରପତି ଯେବେ ପାକିସ୍ତାନ ଗସ୍ତ କରିବେ ସେତେବେଳେ ସେ କିଛି ବଡ ପ୍ରୋଜେକ୍ଟ କିମ୍ବା ଅନ୍ୟାନ୍ୟ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.