ଇସଲାମାବାଦ: ନିଜ ଦେଶର ବିଧାନସଭା ସଦସ୍ୟଙ୍କ ଅଧିକ ଦରମା ନେଇ ଅସନ୍ତୋଷ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିକଟରେ ଏକ ପାକିସ୍ତାନୀ ଚ୍ୟାନେଲ ଅନୁସାରେ ପାକ୍ ପ୍ରଧାନମନ୍ତ୍ରୀ ଓ ଅନ୍ୟ ସଦସ୍ୟଙ୍କ ଦରମା ବିଷୟରେ ଖୁଲାସା ହୋଇଛି । ଯେଉଁଥିରେ ପାକ୍ ବିଧାନସଭା ସଦସ୍ୟଙ୍କ ଦରମା ଇମ୍ରାନଙ୍କ ଦରମା ଠାରୁ ଅନେକ ଅଧିକ ରହିଛି ।
ତେବେ ଏହାକୁ ନେଇ ଇମ୍ରାନ ଅସନ୍ତୁଷ୍ଟ ହୋଇଛନ୍ତି । ଏବେ ଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି । ଏହାସହ ଦେଶ ଋଣଭାରରେ ବୁଡି ରହିଛି । ଏପରି ସ୍ଥିତିରେ ବିଧାନସଭା ସଦସ୍ୟ ଅଧିକ ଦରମା ପାଇବା ନେଇ ସେ ଆପତ୍ତି ଉଠାଇଛନ୍ତି । ଏହାସହ ନିକଟରେ ପଞ୍ଜାବ ବିଧାନସଭାରେ ମନ୍ତ୍ରୀ ଓ ବିଧାନସଭା ସଦସ୍ୟଙ୍କ ଦରମା ବୃଦ୍ଧି ନେଇ ହୋଇଥିବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି ।
I am extremely disappointed by decision of Punjab Assembly to raise pays & privileges of MPAs, Ministers & esp CM. Once prosperity returns to Pak such a move cld be justified, but now, when we do not have resources to provide basic amenities to all our people, this is untenable
— Imran Khan (@ImranKhanPTI) March 14, 2019 " class="align-text-top noRightClick twitterSection" data="
">I am extremely disappointed by decision of Punjab Assembly to raise pays & privileges of MPAs, Ministers & esp CM. Once prosperity returns to Pak such a move cld be justified, but now, when we do not have resources to provide basic amenities to all our people, this is untenable
— Imran Khan (@ImranKhanPTI) March 14, 2019I am extremely disappointed by decision of Punjab Assembly to raise pays & privileges of MPAs, Ministers & esp CM. Once prosperity returns to Pak such a move cld be justified, but now, when we do not have resources to provide basic amenities to all our people, this is untenable
— Imran Khan (@ImranKhanPTI) March 14, 2019
ସୂଚନାନୁସାରେ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିୟୋ ନ୍ୟୁଜ ସୂଚନା ଅନୁସାରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ପ୍ରତି ମାସରେ ପାକିସ୍ତାନୀ ମୁଦ୍ରା ହିସାବରେ ୨.୦୧ ଲକ୍ଷ ଟଙ୍କା ମିଳିଥାଏ । ଆୟକର କଟାଯିବା ପରେ ତାଙ୍କୁ ୧୯୬,୯୭୯ ଟଙ୍କା ମିଳିଥାଏ । ଭାରତୀୟ ମୁଦ୍ରା ହିସାବରେ ଦେଖିବାକୁ ଗଲେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ମାସିକ ଦରମା ଆକାରରେ ୧ଲକ୍ଷ ଟଙ୍କା ଦିଆଯାଏ ।
ତେବେ ପଞ୍ଜାବର ବିଧାନସଭା ସଦସ୍ୟଙ୍କୁ ଏହାଠାରୁ ଅଧିକ ଦରମା ମିଳୁଥିବା ଜଣାପଡିଛି । ଇମ୍ରାନଙ୍କୁ ୧ ଲକ୍ଷ ଟଙ୍କା ମିଳୁଥିବା ବେଳେ ପଞ୍ଜାବର ବିଧାନସଭା ସଦସ୍ୟଙ୍କୁ ମାସିକ ୩ ଲକ୍ଷ ଟଙ୍କା ଦରମା ମିଳିଥାଏ । ଯାହାକୁ ନେଇ ଇମ୍ରାନ ଅସନ୍ତୁଷ୍ଟ ଥିବା ଜଣାପଡିଛି ।