ETV Bharat / international

ବାଲୋଚ ସାମ୍ବାଦିକଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ଦାବି - Switzerland news

ସ୍ବିଜରଲ୍ୟାଣ୍ଡରେ ବାଲୋଚିସ୍ତାନ ଟାଇମ୍ସର ଏଡିଟର ସାଜିଦ ହୁସେନ(39)ଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା । ସେ ମାର୍ଚ୍ଚ 2ରୁ ନିଖୋଜ ଥିଲେ । ଅଧିକ ପଢନ୍ତୁ...

ବାଲୋଚ ସାମ୍ବାଦିକଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ଦାବି

author img

By

Published : May 3, 2020, 7:02 AM IST

ଭ୍ୟାଙ୍କୌଭର: ବାଲୋଚ ସାମ୍ବାଦିକଙ୍କ ରହସ୍ୟଜନକ ମୃତ୍ୟୁରେ ପାକିସ୍ତାନ ସମେତ ସାରା ବିଶ୍ବ ସ୍ତବ୍ଧ ହୋଇଛି । ଏପ୍ରିଲ 30ରେ ତାଙ୍କ ହତ୍ୟାକାଣ୍ଡ ହୋଇଥିବା ଏବଂ ଏହା ପଛରେ ପାକିସ୍ତାନର ହାତ ଥିବା ସମସ୍ତେ ଅଭିଯୋଗ କରିଛନ୍ତି । ସ୍ବିଜରଲ୍ୟାଣ୍ଡରେ ମାନବାଧିକାର ସଙ୍ଗଠନ ଏହା ବିରୋଧରେ ପ୍ରତିବାଦ କରିଛନ୍ତି ।

ସ୍ବିଜରଲ୍ୟାଣ୍ଡରେ ବାଲୋଚିସ୍ତାନ ଟାଇମ୍ସର ଏଡିଟର ସାଜିଦ ହୁସେନ(39)ଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା । ସେ ମାର୍ଚ୍ଚ 2ରୁ ନିଖୋଜ ଥିଲେ । ଏକ ନଦୀରେ ଭାସୁଥିବାବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 2012ରେ ସେ ପାକିସ୍ତାନ ଛାଡି ପଳାଇଥିଲେ । 2017ରୁ ସେ ସ୍ବିଡେନରେ ଶରଣାର୍ଥୀ ଭାବେ ବସବାସ କରୁଥିଲେ ।

ତେବେ ତାଙ୍କ ମୃତ୍ୟୁରେ ସାମ୍ବାଦିକ ସଂସ୍ଥା ଓ ମାନବାଧିକାର ସଙ୍ଗଠନ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଏହା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ଅଭିଯୋଗ କରିଛନ୍ତି । ସ୍ବିଜରଲ୍ୟାଣ୍ଡ ସରକାର ଘଟଣାର ତଦନ୍ତ ଭାର ହାତକୁ ନେଇ ଉଚିତ ଓ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ଏମାନେ ଦାବି କରିଛନ୍ତି ।

ବାଲୋଚ ପିପୁଲ୍ସ କଂଗ୍ରେସ, ବାଲୋଚ ଷ୍ଟୁଡେଣ୍ଟସ ସଂସ୍ଥା, କମିଟି ଅଫ ପ୍ରୋଟେଷ୍ଟ ଜର୍ଣ୍ଣାଲିଷ୍ଟ ପ୍ରଭୃତି ସଂସ୍ଥାଙ୍କ ସମେତ ଅନେକ ସଙ୍ଗଠନ କହିଛନ୍ତି ଯେ ସାଜିଦ ଜଣେ ନିରପେକ୍ଷ ଏବଂ ନିର୍ଭୀକ ସାମ୍ବାଦିକ ଥିଲେ । ତାଙ୍କ ହତ୍ୟା ପଛରେ ନିଶ୍ଚିତ ଷଡଯନ୍ତ୍ର ରହିଛି । ତେବେ ବାଲୋଚ ପିପୁଲ୍ସ କଂଗ୍ରେସ ସଭାପତି ନାଏଲା କ୍ବାଦ୍ରି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା କହିଛନ୍ତି ଯେ ଏବେ ସ୍ବିଡେନ ଭଳି ଦେଶରେ ମଧ୍ୟ ବାଲୋଚ ଲୋକ ସୁରକ୍ଷିତ ନୁହନ୍ତି । ସାଜିଦ ବାଲୋଚ ଲୋକଙ୍କ ଦୁଃଖ ଓ କଷ୍ଟର କାହାଣୀକୁ ସାରା ବିଶ୍ବ ସାମନାରେ ପ୍ରକାଶ କରିଥିଲେ । ଏଥିପାଇଁ ତାଙ୍କୁ ପାକିସ୍ତାନ ଟାର୍ଗେଟ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ମୃତ୍ୟୁର ଦୃଢ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.