ETV Bharat / international

ତାଲିବାନକୁ କେମିତି ଓ କେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି, ପଢନ୍ତୁ SPECIAL REPORT - ଆମେରିକା ଅସ୍ତ୍ରଶସ୍ତ୍ର

ଆମେରିକା ବଳରେ ତାଲିବାନ ବଳୀୟାନ ହୋଇଛି । ଏହାର ଅର୍ଥ ଏହା ନୁହେଁ ଯେ, ଆମେରିକା ତାଲିବାନକୁ ବଳ ଯୋଗାଉଛି । ଏହାର ଅର୍ଥ ଆମେରିକାର ଅସ୍ତ୍ରଶସ୍ତ୍ରରେ ତାଲିବାନ ନିଜକୁ ଶକ୍ତିଶାଳୀ କରୁଛି । ଆଫଗାନିସ୍ତାନରେ ଆମେରିକା ଛାଡି ଦେଇଯାଇଛି 85 ବିଲିୟନ ଡଲାରର ସାମରିକ ସରଞ୍ଜାମ । ଯାହାକୁ ଦେଖି ତାଲିବାନର ଛାତି କୁଣ୍ଢେମୋଟ । କିନ୍ତୁ କିପରି ହେବ ବ୍ୟବହାର ତାହା ଜାଣିପାରୁନି କ୍ରୁର ତାଲିବାନ । କେଉଁ କେଉଁ ଅସ୍ତ୍ରଶସ୍ତ୍ର ଆମେରିକା ଛାଡି ଦେଇଯାଇଛି, ତାର ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଥରେ ନଜର ପକାନ୍ତୁ....

ତାଲିବାନକୁ କେମିତି ଓ କେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି, ପଢନ୍ତୁ SPECIAL REPORT

author img

By

Published : Sep 8, 2021, 7:23 PM IST

Updated : Sep 8, 2021, 8:07 PM IST

କାବୁଲ: ଆମେରିକା ଛାଡି ସାରିଛି କାବୁଲ । କିନ୍ତୁ ଛାଡି ଦେଇ ଯାଇଛି ଶତ୍ରୁଙ୍କୁ ପରାସ୍ତ କରି ଆସୁଥିବା ଆଧୁନିକ ଅସ୍ତ୍ରଶସ୍ତ୍ର । ଯାହା ଉପରେ ପୁରା ବିଶ୍ବର ନଜର ଥାଏ । ସମଗ୍ର ବିଶ୍ବରେ ଆମେରିକା ପାଖରେ ହିଁ ସବୁଠାରୁ ଅତ୍ୟାଧୁନିକ ଓ ଦାମୀ ଅସ୍ତ୍ରଶସ୍ତ୍ର ରହିଛି । ଯାହାକୁ ନେବା ପାଇଁ ତାଲିବାନ ବହୁ ପୂର୍ବରୁ ହିଁ ଲାଳାୟିତ ଥିଲା । ଆମେରିକା ଆଫଗାନ ଛାଡି ଯିବାପରେ ଛାଡି ଦେଇ ଯାଇଥିଲା ବିପୁଳ ଟ୍ୟାଙ୍କ, ଫାଇଟର ଜେଟ୍, ଗୁଳିଗୋଳା, ହେଲିକପ୍ଟର, ମେସିନ ଗନ୍ ପରି ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର । ଆମେରିକା ୩୧ ଅଗଷ୍ଟରେ ଆଫଗାନ ଛାଡିବା ପରେ ସମସ୍ତ ଅସ୍ତ୍ରଶସ୍ତ୍ରର ଅଧିକାରୀ ହୋଇଯାଇଥିଲେ କ୍ରୃର ତାଲିବାନ । ସମ୍ପୂର୍ଣ୍ଣ ଆଫଗାନ ଉପରେ ବର୍ତ୍ତମାନ ତାଲିବାନର ରାଜ ।

@SIGAR
@SIGAR

ଆମେରିକୀୟ ଅସ୍ତ୍ରଶସ୍ତ୍ରକୁ ଦେଖି ଖୁସିରେ ବିଭୋର ତାଲିବାନ । ସେମାନେ ଯେ କେତେ ପରିମାଣରେ ଖୁସି, ତାହା ସୋସିଆଲ ମିଡିଆ ପୋଷ୍ଟରୁ ହିଁ ଜଣାପଡୁଛି । ଆମେରିକୀୟ ସୈନ୍ୟମାନେ ଗଲା ମାତ୍ରେ ହିଁ ତାଲିବାନମାନେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ । କିଏ ଟ୍ୟାଙ୍କ ଉପରେ ଚଢି ନାଚୁଥିଲେ ତ ଆଉ କିଏ ମେସିନଗନକୁ ବାରମ୍ବାର ଦେଖି ଚାଲିଥିଲେ । କେବଳ ଏତିକି ନୁହେଁ, ଆମେରିକୀୟ ଯୁଦ୍ଧ ପୋଷାକ ପିନ୍ଧି, କାନ୍ଧରେ ବନ୍ଧୁକ ପକାଇ, କମାଣ୍ଡୋ shoe ପିନ୍ଧି ଭଳିକି ଭଳି ପୋଜ ଦେଇଥିଲେ ।

ତାଲିବାନକୁ କେମିତି ଓ କେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି, ପଢନ୍ତୁ SPECIAL REPORT
ତାଲିବାନକୁ କେମିତି ଓ କେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି, ପଢନ୍ତୁ SPECIAL REPORT

କିନ୍ତୁ ହାସ୍ୟାସ୍ପଦ କଥା ହେଉଛି, ଏ ସମସ୍ତ ଅସ୍ତ୍ରଶସ୍ତ୍ରକୁ କିପରି ବ୍ୟବହାର କରାଯିବ, ତାହା ସେମାନଙ୍କୁ କିଞ୍ଚିତ ମାତ୍ର ଜଣା ନଥିଲା । ଏହାକୁ ହାସଲ କରିବାର ଖୁସି ଥିଲା ସତ, କିନ୍ତୁ ଶତ୍ରୁ ଉପରେ କେମିତି ଏହାକୁ ପ୍ରୟୋଗ କରିବେ, ସେଥିରୁ ବହୁ ଦୂରରେ ଥିଲେ ତାଲିବାନ । ଆମେରିକାର ଜଣେ ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ ଏବେ ତାଲିବାନ ପାଖରେ ଆମେରିକାର ୮୫ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ରହିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ସାଢ଼େ ୬ ଲକ୍ଷ କୋଟି ।

ଆମେରିକା ଗଲାପରେ କାନ୍ଧାହାର ଓ କାବୁଲ ବିମାନବନ୍ଦରକୁ କବଜା କରି ନେଇଥିଲେ ତାଲିବାନ । ସେଠାରେ ଆମେରିକାର ବ୍ଲାକ ହକ୍ (BLACK HAWK) ବିମାନବନ୍ଦରକୁ ଘଣ୍ଟା ଘଣ୍ଟା ଧରି ଦେଖୁଥିଲେ । କେମିତି ବ୍ୟବହାର କରିବେ ତାହା ସେ ଜାଣି ପାରୁ ନଥିଲେ । କିଛି ସମୟ ପରେ ଏହି ଚାରି ବ୍ଲେଡ ବିଶିଷ୍ଟ ବ୍ଲାକ ହକ୍ ହେଲିକପ୍ଟରରେ ବସି ରନୱେରେ ଏହାକୁ ବୁଲାଉ ଥିଲେ ତାଲିବାନ । ଏହି ଭିଡିଓ ସାରା ବିଶ୍ବକୁ ଏହି ମେସେଜ ଦିଏ ଯେ, ତାଲିବାନ ଏବେ ପୂର୍ବ ପରି ଆଉ ନାହିଁ । ଯେଉଁମାନେ ପୂର୍ବରୁ ପିକ୍ଅପ୍ ଟ୍ରକ୍‌ରେ Kalashnikov assault rifle ନେଇ ବୁଲୁଥିଲେ । ତାଙ୍କ ପାଖରେ ଏବେ ଅତ୍ୟାଧୁନିକ ହେଲିକପ୍ଟର ରହିଛି ।

@SIGAR
@SIGAR

୧୫ ଅଗଷ୍ଟରେ କାବୁଲରେ ନିୟନ୍ତ୍ରଣ ପରେ ହିଁ ତାଲିବାନକୁ ଆମେରିକୀୟ ଅସ୍ତ୍ରଶସ୍ତ୍ର ଓ ବାହନ ସହ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା ଯେ, ତାଲିବାନମାନେ ଅବିକଳ ଭାବେ ଆମେରିକୀ ସୈନ୍ୟଙ୍କ ଭଳି ପୋଷାକ ପିନ୍ଧିଥିଲେ । ସେନାବାହିନୀ ଭଳି ଜୋତା ପିନ୍ଧିଥିଲେ । ଆଉ ଏହି ପୋଷାକରେ ତାଙ୍କୁ ଯିଏ ବି ଦେଖିବେ, କେହି ବି କହିବେନି ଯେ, ସେ ଆମେରିକୀ ସୈନ୍ୟଙ୍କ ଠାରୁ କିଛି ପରିମାଣରେ କମ ଲାଗୁଛନ୍ତି ବୋଲି ।

@SIGAR
@SIGAR

ତାଲିବାନଙ୍କୁ ଦେଖିଲେ ପ୍ରଥମେ ମନକୁ ଲମ୍ବା ଦାଢି ଓ କୁର୍ତ୍ତା ପାଇଜାମା ହିଁ ଆସେ । କିନ୍ତୁ ବର୍ତ୍ତମାନ ଉକ୍ତ ଫଟୋ ଗୁଡିକୁ ଦେଖିଲେ ଅନୁମାନ କରିହେବ ଯେ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ତାଲିବାନଙ୍କ ମୁହଁରେ ସେ ଆଗପରି ଲମ୍ବା ଦାଢି ଆଉ ନାହିଁ । ନା ସେ ପାରମ୍ପରିକ କୁର୍ତ୍ତା-ପାଇଜାମା ଅଛି । ଖୁବ୍ କମ୍ ତାଲିବାନୀଙ୍କୁ ଛାଡି ଦେଲେ ଆଉ ଅନ୍ୟମାନେ ସାମରିକ ପୋଷାକରେ ହିଁ ନଜର ଆସୁଛନ୍ତି । ଶରୀରରେ ଅଛି ସୈନ୍ୟ ବାହିନୀ ଭଳି ଆଧୁନିକ ପୋଷାକ । ହାତରେ ଅସ୍ତ୍ରଶସ୍ତ୍ର, night vision goggles, bullet proof jacket, ଗୋଡରେ ଷ୍ଟାଇଲିସ୍ ଜୋତା ।

@SIGAR
@SIGAR

ଆମେରିକୀ ସେଣ୍ଟ୍ରାଲ କମାଣ୍ଡର ପ୍ରମୁଖ ଜେନେରାଲ Kenneth Franklin McKenzie କହିଛନ୍ତି ଯେ, ଆମେରିକୀ ସୈନିକ ୭୩ aircraft, 70 ବଖତରବନ୍ଦ ଗାଡି(ଯୁଦ୍ଧରେ ବ୍ୟବହୃତ ଅତ୍ୟାଧୁନିକ ଯାନ), ୨୭ ହମ୍‌ଭି ଯାନ(Humvee Vehicle)କୁ ସମ୍ପୂର୍ଣ୍ଣ ରୂପେ ଅକାମୀ କରି ଦେଶ ଛାଡିଛନ୍ତି । ତାଲିବାନ ଏହାର ବ୍ୟବହାର କରିପାରିବ ନାହିଁ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୁଡିକ ପାଲଟିଯାଇଛି ଖେଳନା । ତାଲିବାନ ଏହାକୁ ଖାଲି ଦେଖିବା ଛଡା ବ୍ୟବହାର କରିପାରିବ ନାହିଁ । 73 ବିମାନ କେବେ ହେଲେ ମଧ୍ୟ ଆଉ ଉଡିପାରିବ ନାହିଁ ।

@SIGAR
@SIGAR

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଏୟାରପୋର୍ଟ ହ୍ୟାଙ୍ଗରରେ ପଶି ତାଲିବାନମାନେ ଆମେରିକୀୟ ବିମାନ ଗୁଡିକୁ ନିରୀକ୍ଷଣ କରୁଥିଲେ । ଆମେରିକା ଦେଶ ଛାଡିଲା ମାତ୍ରେ ହିଁ ତାଲିବାନ ବିମାନବନ୍ଦରକୁ ପ୍ରଥମେ ନିଜ ଅକ୍ତିଆରକୁ ନେଇ ଯାଇଥିଲା । ତାଲିବାନର ସ୍ପେଶାଲ ଫୋର୍ସ Badri-313କୁ ସେଠାରେ ନିୟୋଜିତ କରିଛି । Badri-313ର ସେନାକୁ ଦେଖିଲେ ଆମେରିକାର ଖତରନାକ ୟୁନିଟର କମାଣ୍ଡୋ ଠାରୁ କମ ଲାଗୁ ନାହାଁନ୍ତି । ଏହି ସେନାଙ୍କ ପାଖରେ ଆମେରିକାର ସବୁଠାରୁ ଘାତକ M-14 assault Rifle ଅଛି । ହେଲମେଟରେ Night vision ଡିଭାଇସ ସହ ବୁଲେଟପ୍ରୁଫ ଜ୍ୟାକେଟ (bullet proof jacket) ମଧ୍ୟ ଅଛି । ପାଦରେ ଚପଲ ବଦଳରେ combact shoe ଅଛି ।

କେଉଁ ମସିହାରେ କେତେ ପରିମାଣର ସାମରିକ ସରଞ୍ଜାମ ଦିଆଯାଇଥିଲା:

ଡିସେମ୍ବର ୨୦୧୭ରୁ ଅପ୍ରେଲ ୨୦୨୦ ମଧ୍ୟରେ ଆମେରିକା ଆଫଗାନିସ୍ତାନର ଜାତୀୟ ସେନାବାହିନୀକୁ ୩,୫୯୮ M-4 CARBINE ଦେଇଥିଲେ । ଆମେରିକା ଆଫଗାନ NATIONAL ARMYକୁ ୨୦୧୭ ଡିସେମ୍ବର-ଜୁନ୍ ୨୦୨୧ ମଧ୍ୟରେ ୩,୦୧୨ humvee ଯାନ ଦେଇଛି । ଆମେରିକା ସରକାରର ଆକାଉଣ୍ଟବିଲିଟି ରିପୋର୍ଟ ଅନୁସାରେ ୨୦୦୩ରୁ ୨୦୧୬ ମଧ୍ୟରେ ଆମେରିକା ଆଫଗାନକୁ ଭାରି ମାତ୍ରାରେ ସୈନ୍ୟ ଉପକରଣ ପ୍ରଦାନ କରିଛି । ବିଭିନ୍ନ ପ୍ରକାରର ୩,୫୮,୫୩୦ ରାଇଫଲ, ୬୪୦୦୦ରୁ ଊର୍ଦ୍ଧ୍ବ ମେସିନ ଗନ, ୨୫,୩୨୭ ଗ୍ରେନେଡ ଲଞ୍ଚର ଏବଂ ୨୨,୧୭୪ Humvee ଯାନ ଦିଆଯାଇଥିଲା । ଆମେରିକା ୨୦୧୭ରେ ଆଫଗାନ ସେନାବାହିନୀକୁ ୨୦,୦୦୦ M-16 ରାଇଫଲ ଦେଇଥିଲା । ଆମେରିକା ୨୦୧୭-୨୦୨୧ ମଧ୍ୟରେ ଆଫଗାନ ସୁରକ୍ଷାବଳକୁ ୩.୫୯୮ M-4 ରାଇଫଲ ଓ ୩,୧୦୨ humvee ଯାନ ଦେଇଥିଲା ।

@SIGAR
@SIGAR

ତାଲିବାନ ପାଖରେ ବିମାନ କେତେ ଅଛି :

ଆମେରିକାର ଆଫଗାନିସ୍ତାନ ପୁନଃନିର୍ମାଣର ବିଶେଷ ମହାନିରୀକ୍ଷକ(SIGAR)ର ରିପୋର୍ଟ ମୁତାବକ ଜୁନ ଶେଷ ସୁଦ୍ଧା ଆଫଗାନ ବାୟୁସେନା ପାଖରେ ଯୁଦ୍ଧ ହେଲିକପ୍ଟର ଓ ବିମାନ ମିଶାଇ ୧୬୭ ଏୟାରକ୍ରାଫ୍ଟ ଥିଲା । କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ, ତାଲିବାନ ଏହି ୧୬୭ରୁ କେତେ ନିଜ ଅକ୍ତିଆରକୁ ନେଇଛି । କାନ୍ଧାର ବିମାନବନ୍ଦର ଉପରେ ତାଲିବାନ କବଜା କରିବାର ଠିକ୍ ୬ ଦିନ ପରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଉକ୍ତ ବିମାନବନ୍ଦରର ରନୱେରେ ମାତ୍ର ୫ଟି ବିମାନ ହିଁ ଦେଖାଯାଉଛି । ଏଥିରେ ୨ଟି MI-17 ହେଲିକପ୍ଟର, ୨ଟି BLACK HAWK(UH-60) ଏବଂ ହେଲିକପ୍ଟର(UH-60) ଦେଖାଯାଇଥିଲା । ଠିକ୍ ଏହାର କିଛି ଦିନ ପରେ ୧୬ ଜୁଲାଇରେ ସାଟେଲାଇଟ୍ ଦ୍ବାରା ଉଠାଯାଇଥିବା ଫଟୋରେ ୧୬ ଏୟାରକ୍ରାଫ୍ଟ ଦେଖିବାକୁ ମିଳିଥିଲା । ଏଥିରେ ୯ Black Hawk, ୨MI-17 ହେଲିକପ୍ଟର ଓ ୫ଟି FIXED WING ବିମାନ ସାମିଲ ଅଛି । ଏହାର ଅର୍ଥ ଏହିକି ଯେ, ଏଥିରୁ କିଛି ବିମାନ ଦେଶରୁ ବାହାର ଅଥବା ଅନ୍ୟ କୌଣସି ଏୟାରବେସକୁ ନିଆଯାଇଛି । ତାଲିବାନ ହେରାତ, ଖୋସ୍ତ, କୁନ୍ଦୁଜ ଓ ମଜାର-ଏ-ସରିଫ୍ ସମେତ ଅନ୍ୟ ୯ଟି ଆଫଗାନ ଏୟାରବେସ ଉପରେ କବଜା କରିନେଇଛି । ଦେଖିବାକୁ ଗଲେ ଏହା ସ୍ପଷ୍ଟ ହୋଇନାହିଁ ଯେ, ସେମାନେ ସେଠାରୁ କେତେଟା ବିମାନ ନିଜ ଅକ୍ତିଆରକୁ ନେଇଛନ୍ତି । କାହିଁକିନା ଏହି ଏୟାରପୋର୍ଟର ସାଟେଲାଇଟ ଇମେଜ୍ ମିଳିପାରିନାହିଁ ।

ଯୁଦ୍ଧରେ ନାଟୋ ସୈନିକଙ୍କ ଭୂମିକା ଶେଷ ହେବା ପରେ ଆଫଗାନ ସେନାଙ୍କୁ ଆମେରିକା ଦେଶକୁ ସୁରକ୍ଷିତ ରଖିବାର ଦାୟିତ୍ବ ନ୍ୟସ୍ତ କରିଥିଲା । କିନ୍ତୁ ସେ ତାଲିବାନର ମୁକାବିଲା କରିପାରି ନଥିଲା । ଏହାପରେ ଆମେରିକା ଆଫଗାନକୁ ଆହୁରି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦେଇ ଆଫଗାନର ରୂପକୁ ବଦଳାଇ ଦେଇଥିଲା ।

ନୂଆ ଅସ୍ତ୍ରଶସ୍ତ୍ରର ତାଲିବାନ କଣ କରିବେ:

ଆଫଗାନିସ୍ତାନରେ ଆମେରିକା ସୁରକ୍ଷାବଳର ପୂର୍ବ ପରାମର୍ଶଦାତା ଡ. ଜୋନାଥନ ଶ୍ରୋଡେନ କୁହନ୍ତି ଯେ, ତାଲିବାନ ପାଇଁ ଏୟାରକ୍ରାଫ୍ଟ ଧରିବା ସହଜ ହୋଇପାରେ, କିନ୍ତୁ ତାକୁ ଚଳାଇବା ବା ବ୍ୟବହାର କରିବା ବଡ କଷ୍ଟକର ହୋଇପଡିବ । ଏହାସହ ଏହାର ରକ୍ଷଣାବେକ୍ଷଣା ମଧ୍ୟ ଆହୁରି କଷ୍ଟକର ହୋଇପଡିବ । ବିମାନ ହେଉକି ରାଇଫଲ ଏହାର ଯନ୍ତ୍ରପାତିକୁ ମଝିରେ ମଝିରେ ବଦଳାଇବାକୁ ପଡିଥାଏ । କୌଣସି ବି ବାୟୁସେନା ହେଉ ନା କାହିଁକି, ଏହାର ବିମାନର ଉଡାଣ କ୍ଷମତା ତାର ରକ୍ଷଣାବେକ୍ଷଣ କରୁଥିବା ଟିମ୍ ଉପରେ ହିଁ ନିର୍ଭର କରିଥାଏ । ଆଫଗାନିସ୍ତାନରେ କାମ କରିସାରିଥିବା ଆମେରିକା ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଜୋଡି ବିଟୋରୀ ଏଥିରେ ସହମତ ଯେ, ତାଲିବାନ ପାଖରେ ଏହି ଏୟାରକ୍ରାଫ୍ଟକୁ ସମ୍ଭାଳିବା ପାଇଁ କୁଶଳତାର ଅଭାବ ରହିଛି ।

@SIGAR
@SIGAR

ଆଫଗାନିସ୍ତାନର ସଶସ୍ତ୍ର ସେନା ପାଖରେ କେତେ ଏୟାରକ୍ରାଫ୍ଟ ଥିଲା:

୧) MD-530 ହେଲିକପ୍ଟର-୪୩ଟି

୨) C-208/AC-208 ପ୍ଲେନ-୩୩ଟି

3) A-29ଲାଇଟ୍ ଆଟାକ୍ ପ୍ଲେନ୍-୨୩ଟି

4) MI-17 ହେଲିକପ୍ଟର-୩୨ଟି

5) C-130 ହରକ୍ୟୁଲସ୍-୩ଟି

ଆମେରିକା ରକ୍ଷାମନ୍ତ୍ରୀ କାର୍ଯ୍ୟାଳୟରେ ଆଫଗାନିସ୍ତାନର ପୂର୍ବ ନିର୍ଦ୍ଦେଶକ ଜେସନ କ୍ୟାମ୍ପବେଲ କୁହନ୍ତି ଯେ, ' ତାଲିବାନ ପୂର୍ବ ଆଫଗାନର ପାଇଲଟଙ୍କୁ ଏହି ଏୟାରକ୍ରାଫ୍ଟ ଉଡାଇବାକୁ ବାଧ୍ୟ କରାଇପାରେ । ତାଲିବାନ ଉକ୍ତ ପାଇଲଟ ସହ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଧମକାଇ ପାରନ୍ତି । ସେଥିପାଇଁ ସେମାନେ ଅଳ୍ପ କିଛି ବିମାନ ଉଡାଇବାକୁ ସକ୍ଷମ ହୋଇପାରନ୍ତି' । ଏମିତି ବି ଶୁଣିବାକୁ ମିଳୁଛି ଯେ, ତାଲିବାନ ଋଷ ନିର୍ମିତ MI-17କୁ ଚଳାଇବା ପାଇଁ ସକ୍ଷମ ହୋଇପାରେ । କାହିଁକିନା ଏହି ଏୟାରକ୍ରାଫ୍ଟ ଦୀର୍ଘ ଦିନରୁ ଆଫଗାନିସ୍ତାନରେ ଅଛି । ତେଣୁ ସେମାନେ ଏହାର ରକ୍ଷଣାବେକ୍ଷଣା ଏବଂ ପ୍ରଶିକ୍ଷଣ ପାଇଁ ସମର୍ଥକ ଦେଶର ସାହାଯ୍ୟ ନେଇପାରିବେ ।

ଅସ୍ତ୍ରଶସ୍ତ୍ରର ଦାମ:

1) ତାଲିବାନ ପାଖରେ ବର୍ତ୍ତମାନ M113A2 Armoured personnel carrier ରହିଛି, ଯେଉଁଥିରେ ଗୋଟେ carrierର ଦାମ ୧୭୦,୦୦୦ ଡଲାର ।

୨) ମାଇନ୍ସରୁ ରକ୍ଷା କରୁଥିବା ଯାନ ଏବେ ତାଲିବାନ କବଜାରେ ଅଛି । ଯାହାର ଦାମ ୪୧୨,୦୦୦ ଡଲାରରୁ ୭୬୭,୦୦୦ ଡଲାର ।

୩) ତାଲିବାନ ପାଖରେ ଥିବା Humvee ଯାନର ମୂଲ୍ୟ ୧୦୪,୬୮୪ ଡଲାର ଏବଂ Utility Humvee ଯାନର ମୂଲ୍ୟ ୯୧,୪୨୯ ଡଲାର ପଡିଥାଏ ।

୪) ଗୋଟିଏ Black Hawkର ଦାମ ୨୧ ମିଲିୟନ ଡଲାର ।

୫) ୨୦ A-29 super tucano attack aircraftର ଦାମ୍ ୨୧.୩ ମିଲିୟନ ଡଲାର ।

@SIGAR
@SIGAR

କେତେ ଅସ୍ତ୍ରଶସ୍ତ୍ର ଅଛି ତାଲିବାନ ପାଖରେ:

1- 22174-HUMVEE

2- 634-M1117

3- 155-MxxPro mine proof vehicle

4- 169-M113

5- 42,000- Pickup Truck & SUV

6- 64,363- Machine Gun

୭- ୮୦୦୦-Truck

8- ୧୬,୦୩୫-Night vision goggles

9- 358,530-Assault riffles

10- 126,295- Pistol

11- 176- Artillery pieces

12- ୩୩-UH-60 Black Hawk

13- ୧୬୨,୦୪୩-Radio

14- 43-MD530

(Source: SIGAR)

@SIGAR
@SIGAR

ତାଲିବାନଙ୍କ ନିକଟରେ ଏହି ଆଧୁନିକ ଅସ୍ତ୍ରଶସ୍ତ୍ର ରହିବା ଏକ ବଡ ବିଫଳତାକୁ ପ୍ରତିପାଦିତ କରେ । ଏହାର ଖରାପ ପ୍ରଭାବ କେବଳ ଆଫଗାନିସ୍ତାନ ମଧ୍ୟରେ ସୀମିତ ହୋଇ ରହିବ ନାହିଁ । ବ୍ୟବହୃତ କରିପାରୁନଥିବା ଅସ୍ତ୍ରଶସ୍ତ୍ରକୁ କଳାବଜାରୀ ଜରିଆରେ ବିକ୍ରି କରାଯାଇପାରିବ । ଫଳରେ ସାରା ବିଶ୍ବରେ ବିଦ୍ରୋହୀଙ୍କ ସଂଖ୍ୟା ବଢିବାରେ ଲାଗିବ । ତାଲିବାନ ବର୍ତ୍ତମାନ ନିଜର କ୍ଷମତାପୂର୍ଣ୍ଣ ଚେହେରା ସମସ୍ତଙ୍କୁ ଦେଖାଇବାକୁ ଚାହିଁବ । ଏବେ କେବଳ ଏତିକି ଦେଖିବାକୁ ରହିଲା କି ଆମେରିକା ଅସ୍ତ୍ରଶସ୍ତ୍ର ଗୁଡିକୁ ଖରାପ କରିଦେଲା ପରେ ତାଲିବାନ କି ପଦକ୍ଷେପ ଗ୍ରହଣ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 8, 2021, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.