ETV Bharat / international

ପୁଣି ଖୋଲିବ ପର୍ଯ୍ୟଟକଙ୍କ ପ୍ରିୟ ଡିଜନୀ ଲ୍ୟାଣ୍ଡ ଓ ଓସେନ ପାର୍କ

ଆମେରିକା-ଚୀନ ବାଣିଜ୍ୟିକ ଯୁଦ୍ଧ ଜାରି ରହିଥିବା ବେଳେ କୋରୋନା ମାଡରେ ଟଳମଳ ହେବାରେ ଅର୍ଥନୀତି । ଏମିତିରେ ହଂକଂର ମୁଖ୍ୟ ଆକର୍ଷଣ ଓ ଆୟର ଏକ ପ୍ରମୁଖ ମାଧ୍ୟମ ବୋଲାଉଥିବା ଦୁଇଟି ଥିମ ପାର୍କ ଡିଜନୀ ଲ୍ୟାଣ୍ଡ ଓ ଓସେନ ପାର୍କ ଖୁବଶୀଘ୍ର ଖୋଲିବା ନେଇ ସ୍ପଷ୍ଟ ହୋଇଛି ।

author img

By

Published : Jun 8, 2020, 6:45 PM IST

disneyland and ocean park, hong kong to reopen disney land, hong kong to reopen ocean park, hong kong economy hit by corona, ଡିଜନୀ ଲ୍ୟାଣ୍ଡ ଓ ଓସେନ ପାର୍କ, ହଂକଂରେ ଖୋଲିବ ଡିଜନୀ ଲ୍ୟାଣ୍ଡ, ହଂକଂରେ ଖୋଲିବ ଓସେନ ପାର୍କ, ହଂକଂ ଅର୍ଥନୀତିକୁ କୋରୋନା ମାଡ
ପୁଣି ଖୋଲିବ ପର୍ଯ୍ୟଟକଙ୍କ ପ୍ରିୟ ଡିଜନୀ ଲ୍ୟାଣ୍ଡ ଓ ଓସେନ ପାର୍କ

ହଂକଂ: ଆମେରିକା-ଚୀନ ବାଣିଜ୍ୟିକ ଯୁଦ୍ଧ ଜାରି ରହିଥିବା ବେଳେ କୋରୋନା ମାଡରେ ଟଳମଳ ହେବାରେ ଅର୍ଥନୀତି । ଏମିତିରେ ହଂକଂର ମୁଖ୍ୟ ଆକର୍ଷଣ ଓ ଆୟର ଏକ ପ୍ରମୁଖ ମାଧ୍ୟମ ବୋଲାଉଥିବା ଦୁଇଟି ଥିମ ପାର୍କ ଡିଜନୀ ଲ୍ୟାଣ୍ଡ ଓ ଓସେନ ପାର୍କ ଖୁବଶୀଘ୍ର ଖୋଲିବା ନେଇ ସ୍ପଷ୍ଟ ହୋଇଛି । ସୋମବାର ଏନେଇ ଆର୍ଥିକ ବିକାଶ ଓ ବ୍ୟାପାର ବିଭାଗ ସଚିବ ଏଡୱାର୍ଡ ୟାଉ ତାଙ୍ଗ-ୱାହ ସୂଚନା ଦେଇଛନ୍ତି ।

କୋରୋନା ମାଡରେ ଗତ ଜାନୁଆରୀ 26ରୁ ବନ୍ଦ ଥିବା ଓସେନ ପାର୍କ ଆସନ୍ତା ଶନିବାର ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯିବ । ସେହିପରି ଲାଣ୍ଟାଉ ଦ୍ବୀପରେ ଥିବା ଡିଜନୀ ଲ୍ୟାଣ୍ଡ ରିସୋର୍ଟ କେବେ ଖୋଲିବ ସେନେଇ ସ୍ପଷ୍ଟ ସୂଚନା ମିଳିନି । ଏଡୱାର୍ଡ ଏନେଇ ଏହା ମଧ୍ୟ କହିଛନ୍ତି କି ଦେଶର ଅର୍ଥନୀତି କୋରୋନା ମାଡରେ ବେଶ ପ୍ରଭାବିତ ହୋଇଛି । ଦେଶରେ ବର୍ତ୍ତମାନ କୋରୋନାରେ ଗୁରୁତର ଆକ୍ରାନ୍ତ ନଥିଲେ ବି ଭୟ ଏଯାଏଁ ଟଳିନାହିଁ । ତେଣୁ ଅର୍ଥନୀତିକୁ ପୁଣି ସ୍ବାଭାବିକ କରିବାକୁ ହେଲେ ଆୟର ମାଧ୍ୟମକୁ ଖୋଲିବାକୁ ହେବ । ଏହି ଦୃଷ୍ଟିରୁ ଦେଶରେ ପର୍ଯ୍ୟଟନର ଦୁଇ ମୁଖ୍ୟ ଆକର୍ଷଣକୁ ଖୋଲିବାର ନିଷ୍ପତ୍ତି ନିଆଯାଇଛି ।

ତେବେ କୋରୋନା ମାଡ ପରେ ଏବେ ଓସେନ ପାର୍କ ପୁଣି ଖୋଲିବାକୁ ଥିବା ବେଳେ ଏହାର ପ୍ରବେଶ ଟିକେଟରେ 30 ପ୍ରତିଶତ ମୂଲ୍ୟ ହ୍ରାସ ହେବାର ସୂଚନା ରହିଛି । ଅନ୍ୟପଟେ ହଂକଂ ବାଣିଜ୍ୟ ବିକାଶ ପାରିଷଦ ପିଟର ଲାମ କିନ-ଗୋକ କହିଛନ୍ତି କି ଓସିଆର ବୃହତ୍ତମ ପୁସ୍ତକ ମେଳା ମଧ୍ୟ ଆୟୋଜନ ହେବାର ଯୋଜନା ରହିଛି । କିନ୍ତୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଏହି ପୁସ୍ତକ ମେଳା ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକାରୀ ହେବ ନାହିଁ ହୋଲି ସେ ସ୍ପଷ୍ଟ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.