ETV Bharat / international

ହଂକଂରେ ଥମୁନି କୋରୋନା, ସରକାର ଜାରି କଲେ କଡା କଟକଣା

author img

By

Published : Jul 27, 2020, 3:56 PM IST

Updated : Jul 27, 2020, 9:30 PM IST

ସୋମବାର ହଂକଂ ସରକାର ଦେଶରେ ସବୁଠାରୁ କଡା ସାମାଜିକ ଦୂରତ୍ବ ନିୟମ ଲାଗୁ କରିଛନ୍ତି । ସର୍ବସାଧାରଣ ଜାଗାରେ କେବଳ 2 ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ଅଧିକ ପଢନ୍ତୁ...

ହଂକଂରେ ଥମୁନି କୋରୋନା, ସରକାର ଜାରି କଲେ କଡା କଟକଣା
ହଂକଂରେ ଥମୁନି କୋରୋନା, ସରକାର ଜାରି କଲେ କଡା କଟକଣା

ହଂକଂ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପରିସ୍ଥିତି ଅଣାୟତ୍ତ ହେଉଥିବାବେଳେ ଲୋକଙ୍କ ମଧ୍ୟରେ କଟକଣାର ପ୍ରଭାବ କମ ଦେଖିବାକୁ ମିଳିଛି । ବାର୍, ରେସ୍ତୋରାଁ, ସର୍ବସାଧାରଣ ଜାଗାରେ ସାମାଜିକ ଦୂରତ୍ବ ମାନୁନଥିବା ଦେଖାଯାଇଛି । ନିକଟରେ ଗୋଟିଏ ଦିନରେ ଦେଶରେ ସର୍ବାଧିକ ଆକ୍ରାନ୍ତ ବାହାରିବା ପରେ ଏହାକୁ ନେଇ ସରକାର ନିୟମ କଡାକଡି କରିଛନ୍ତି । ନିୟମ ଖିଲାପକାରୀଙ୍କୁ 5 ହଜାର ହଂକଂ ଡଲାର ତଣ୍ଡ ଗଣିବାକୁ ନିର୍ଦ୍ଦେଶ ରହିଛି।

ସର୍ବସାଧାରଣ ସ୍ଥାନରେ କେବଳ 2 ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ବାହାରକୁ ବାହାରିବା ମାତ୍ରେ ମାସ୍କ ନିଶ୍ଚୟ ପିନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରେସ୍ତୋରାଁ ବନ୍ଦ କରାଯାଇଛି । ହୋଟେଲ ଡାଇନିଂରେ କେହି ଏକାଠି ଖାଇପାରିବେନି ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି । ଲୋକେ କେବଳ ପାର୍ସଲ ଘରକୁ ନେଇପାରିବେ । ପ୍ରଥମ ଥର ପାଇଁ ସହରର ସମସ୍ତ ରେସ୍ତୋରାଁର ଡାଇନିଂ ବନ୍ଦ କରାଯାଉଛି । ସଂକ୍ରମଣ ରୋକିବାକୁ ସରକାର ସୋମବାର ଏହା ଘୋଷଣା କରିବା ସହ ବୁଧବାର ଠାରୁ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ କରିଛନ୍ତି ।

Last Updated : Jul 27, 2020, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.