ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା 49 ଲକ୍ଷ 86 ହଜାର 406 ଜଣଙ୍କୁ ସଂକ୍ରମିତ କରିଥିବା ବେଳେ 3 ଲକ୍ଷ 24 ହଜାର 911ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପକ୍ଷେ 19 ଲକ୍ଷ 58 ହଜାର 525ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବୁଧବାର ଚୀନରେ ଆଉ ନୂଆ 5ଟା ମାମଲା ସାମ୍ନାକୁ ଆସିଛି । ତେବେ କୌଣସି ମୃତ୍ୟୁ ହୋଇନଥିବା ଜଣାପଡିଛି । ଭାରତରୁ ଦକ୍ଷିଣ ଆଫ୍ରିକା, ମେକ୍ସିକୋକୁ ଭାଇରସ ବ୍ୟାପିବାରେ ଲାଗିଛି ।
ଏସିଆ, ୟୁରୋପ ଓ ଆମେରିକାର ବହୁ ସଂଖ୍ୟକ ନୂତନ ସଂକ୍ରମଣ ହ୍ରାସ ପାଉଥିବାରୁ ସେମାନଙ୍କ ଅର୍ଥନୀତିକୁ ପୁନଃ ଆରମ୍ଭ କରିବା ପାଇଁ ଲକଡାଉନକୁ ହ୍ରାସ କରୁଛନ୍ତି। ଆମେରିକାର ଅଟୋୱାର୍କର, ଫ୍ରେଞ୍ଚ ଟିଚର୍ ଓ ଥାଇ ମଲ୍ ଶହ ଶହ କର୍ମଚାରୀ ପୁଣି କାର୍ଯ୍ୟକୁ ଫେରିଛନ୍ତି ।
ରୁଷରେ କ୍ରମାଗତ ଭାବେ ସଂକ୍ରମଣ ବଢିଚାଲିଛି । 24 ଘଣ୍ଟାରେ 9 ହଜାର 300ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ମୋଟ 3 ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।