ETV Bharat / international

11 ମିଲିୟନରେ ବିଶ୍ବରେ କୋରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା 5.23 ଲକ୍ଷ

କିଲର କୋରୋନା। କାୟା ମେଲାଇଛି ସମଗ୍ର ବିଶ୍ବରେ। ତେବେ ଶୁକ୍ରବାର ସୁଦ୍ଧା ବିଶ୍ବବ୍ୟାପୀ 11 ମିଲିୟନ ପାର କଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। କୋରୋନାରେ ଏବେ ସୁଦ୍ଧା ସାରା ବିଶ୍ବରେ 523,613 ଲୋକଙ୍କ ମୃତ୍ୟୁ ହୋଇଛି।

author img

By

Published : Jul 4, 2020, 7:32 AM IST

11 ମିଲିୟନରେ ବିଶ୍ବରେ କୋରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା 5.23 ଲକ୍ଷ
11 ମିଲିୟନରେ ବିଶ୍ବରେ କୋରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା 5.23 ଲକ୍ଷ

ନୂଆଦିଲ୍ଲୀ: କିଲର କୋରୋନା। କାୟା ମେଲାଇଛି ସମଗ୍ର ବିଶ୍ବରେ। ତେବେ ଶୁକ୍ରବାର ସୁଦ୍ଧା ବିଶ୍ବବ୍ୟାପୀ 11 ମିଲିୟନ ପାର କଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏନେଇ ଜହନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କୋରୋନାରେ ଏବେ ସୁଦ୍ଧା ସାରା ବିଶ୍ବରେ 523,613 ଲୋକଙ୍କ ମୃତ୍ୟୁ ହୋଇଛି।

ତେବେ ଚୀନର ଉହାନରୁ ଉତ୍ପତ୍ତି ଲାଭ କରି ସର୍ବତ୍ର ବିସ୍ତାର ଲାଭ କରିଥିବା ଏହି ଭାଇରସ ପ୍ରଭାବରେ ଆମେରିକା ଅଧିକ ପ୍ରଭାବିତ ହୋଇଛି। ଏହି ମହାମାରୀକୁ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ମାର୍ଚ୍ଚ 11 ତାରିଖରେ ମହାମାରୀ ଭାବେ ଘୋଷଣା କରିଥିଲା।

ବର୍ତ୍ତମାନ ସୁଦ୍ଧା ଭାଇରସ ଦ୍ବାରା ଆମେରିକାରେ 129,275 ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଜହନ ହକପିନ୍ସର ତାଜା ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଦେଶରେ ଏବେ ସୁଦ୍ଧା 2,786,178 ଲକ୍ଷ ସଂକ୍ରମିତ ମାମଲା ରହିଛି। ବିଶ୍ବର ଏହି ଶକ୍ତିଶାଳୀ ଦେଶ ମହାମାରୀ ମାଡରେ ଧରାଶାୟୀ ହୋଇପଡିଛି। ବେକାରୀ ଛାଟରେ ଏବେ କଷ୍ଟ ପାଉଛନ୍ତି ଆମେରିକା ବାସୀ।

ଆମେରିକାର ପଛକୁ ଅନୁସରଣ କରୁଛି ବ୍ରାଜିଲ। ବ୍ରାଜିଲ ଦ୍ବିତୀୟ ପ୍ରଭାବିତ ଦେଶ ତାଲିକାରେ ରହିଛି। ଦେଶରେ ଶୁକ୍ରବାର 48 ହଜାର ମାମଲା 24 ଘଣ୍ଟାରେ ରେକର୍ଡ କରିଥିଲା। ଏହାସହ ଦେଶରେ ବର୍ତ୍ତମାନ ସଂଂକ୍ରମିତଙ୍କ ତାଲିକା 1496858ରେ ପହଁଞ୍ଚିଛି। ମୃତ୍ୟୁସଂଖ୍ୟା 61,884ରେକର୍ଡ କରାଯାଇଛି।

ତେବେ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ଆମେରିକା, ଭାରତ, ଡେନମାର୍କ, ଇଟାଲୀ ଭଳି ପ୍ରଭାବିତ ଦେଶଗୁଡିକ ଲକଡାଉନ କଟକଣା ଉଠାଇ ଦେଇଛନ୍ତି। ଯାହାଫଳରେ ଦିନ ବଢିବା ସହ ଭାଇରସର ବିସ୍ତାର ମଧ୍ୟ ବଢିବାରେ ଲାଗିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.