ETV Bharat / international

କୋରୋନା ଆତଙ୍କ: 3000 ଛୁଇଁଲା ମୃତ୍ୟୁ ସଂଖ୍ୟା

କାୟା ବଢାଉଛି କୋରୋନା (COVID-19) । ଧୀରେ ଧୀରେ ନେଇଯାଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ସେପଟେ ବଢାଇଚାଲୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

author img

By

Published : Mar 2, 2020, 8:43 AM IST

coronavirus death
କୋରୋନା ଆତଙ୍କ: 3000 ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କାୟା ବଢାଉଛି କୋରୋନା (COVID-19) । ଧୀରେ ଧୀରେ ନେଇଯାଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ସେପଟେ ବଢାଇ ଚାଲୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଚାଇନାକୁ ଗ୍ରାସିଥିବା କୋରୋନା ଏବେ ସାରା ବିଶ୍ବରେ ଏହି ଭାଇରସକୁ ବିସ୍ତାର କରିବାରେ ଲାଗିଛି । ଡେଣା ଲଗାଇ ଉଡିଉଡି ପାଖାପାଖି 50ଟି ଦେଶରେ ନିଜର ଉପସ୍ଥିତି ଜାହିର କରିଛି ।

ସାରା ବିଶ୍ବରେ କୋରୋନା ଭାଇରସରେ ଏବେ ମୃତ୍ୟୁ ସଂଖ୍ୟା 3000କୁ ଛୁଇଁଛି । ସେହିପରି ଆକ୍ରାନ୍ତଙ୍କ 87000 ରେ ପହଞ୍ଚିଛି । ଯାହା ଏବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଚିନ୍ତାରେ ପକାଇଛି ।

ଇଟାଲୀରେ ମୃ୍ତ୍ୟୁ ସଂଖ୍ୟା 34

କୋରୋନା ଭାଇରସରେ ଅଧିକ ମୃତ୍ୟୁ ଚୀନରେ ହୋଇଛି । ହେଲେ ତାତଳକୁ ଇଟାଲୀ ରହିଛି ଯେଉଁଠି ମୃତ୍ୟୁ ସଂଖ୍ୟା 34 ରେ ପହଞ୍ଚିଛି । ପାଖାପାଖି 1577 ଜଣ ଆକ୍ରାନ୍ତ ହୋଇଛନ୍ତି ।

ଦକ୍ଷିଣ କୋରିଆରେ 20 ମୃତ

ଦକ୍ଷିଣ କୋରିଆରେ ମଧ୍ୟ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢୁଛି । ରବିବାର 3 ଜଣଙ୍କ ମୃତ୍ୟୁ ହୋଇଥିବାରୁ ଏହା 20କୁ ଛୁଇଁଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା 3700ରେ ପହଞ୍ଚିଛି ।

ନ୍ୟୁୟର୍କରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ

କୋରୋନା ଭାଇରସ ଧିରେ ଧିରେ ବିଶ୍ବରେ କାୟା ମେଲାଉଥିବାବେଳେ ନ୍ୟୁୟର୍କରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତାଙ୍କୁ ଡାକ୍ତରଖାନାରେ ରଖାଯାଇ ଚିକିତ୍ସିତ କରାଯାଉଛି ।

ସେହିପରି ସ୍ପେନରେ 71 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୟୁକେରେ 36 ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସାରା ବିଶ୍ବରେ 40000 ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।

IANS, ANI ସହ ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.