ବେଜିଂ: ଚାଇନାର ଶେନଜେନ୍ ସହରର ଲୋକଙ୍କୁ ବିଦେଶୀ ଫ୍ରୋଜେନ ଫୁଡରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏଭଳି ଫ୍ରୋଜେନ ଖାଦ୍ୟ ପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ବ୍ରାଜିଲର ଚିକେନ୍ ନମୁନାରେ କୋରୋନା ପଜିଟିଭ୍ ନିଶ୍ଚିତ ହେବା ପରେ ଏପରି ପରାମର୍ଶ ଜାରି କରାଯାଇଛି । ବିଦେଶରୁ ସାମୁଦ୍ରିକ ଖାଦ୍ୟ ଏବଂ ମାଂସର ସ୍କ୍ରିନିଂ ଜୁନ୍ ମାସରୁ ଚାଇନାରେ ରଦ୍ଦ ହୋଇଛି । ସେହିଭଳି, ଚୀନରେ କୁକୁଡାଙ୍କ ଡେଣା ନମୁନା କରାଯାଇଥିଲା । ତେବେ ଉକ୍ତ ଡେଣାର ନମୁନା କୋରୋନା ପଜିଟିଭ ଆସିବା ପରେ ବହୁ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା ।
ତେବେ କୁକୁଡାଙ୍କ ଦେହରେ କିପରି କୋରୋନା ପ୍ରବେଶ କଲା ସେ ନେଇ ଶେନ୍ଜେନ୍ର ସ୍ୱାସ୍ଥ୍ୟ ଅଧିକାରୀମାନେ ବହୁତ ଯାଞ୍ଚ କଲେ । ସଂକ୍ରମିତ ଲୋକଙ୍କ ସମସ୍ତ ଦ୍ରବ୍ୟକୁ ଟ୍ରେସିଂ କଲେ । ଏପରିକି ସଂକ୍ରମିତଙ୍କ ପାଖରେ ଥିବା ସମସ୍ତ ପ୍ୟାକେଟକୁ ମଧ୍ୟ ମଧ୍ୟ କୋରୋନା ପରୀକ୍ଷା ପାଇଁ ପଠାଯାଇଥିଲା । ଯାଞ୍ଚର ସମସ୍ତ ଫଳାଫଳ ନେଗେଟିଭ ଆସିଥିଲା । ଶେଷରେ ଉହାନରେ ସାମୁଦ୍ରିକ ଦ୍ରବ୍ୟର ବଜାର ସହିତ କୋରୋନା ମହାମାରୀର ସଂଯୁକ୍ତ ଥିବା ନେଇ ରିପୋର୍ଟ ଆସିଲା ।
ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟ କିମ୍ବା ଖାଦ୍ୟ ପ୍ୟାକେଜିଂରେ SARS-CoV-2 ଭାଇରସ ଅନୁପ୍ରବେଶ କରିବାର କ୍ଷମତା ରଖିଛି । କିନ୍ତୁ ଏହା କୋଠରୀ ତାପମାତ୍ରାରେ ଦୀର୍ଘକାଳୀନ ବଞ୍ଚିପାରିବ ନାହିଁ । ଅଧିକାରୀମାନେ ନିର୍ଦ୍ଦେଶ ଦେବା ବେଳେ କହିଛନ୍ତି ଯେ ବିଦେଶରୁ ମିଳୁଥିବା ଫ୍ରିଜ୍ ଖାଦ୍ୟ ଏବଂ ସାମୁଦ୍ରିକ ଦ୍ରବ୍ୟ କିଣିବାବେଳେ ଲୋକେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍।
ମଙ୍ଗଳବାର ଶାନ୍ଦୋଙ୍ଗ ରାଜ୍ୟର ୟନ୍ତାଇ ଠାରେ ଆମଦାନୀ ହୋଇଥିବା ସମୁଦ୍ର ଖାଦ୍ୟର ତିନୋଟି କୋରୋନା ପ୍ୟାକେଜିଂ ନମୁନାର କୋରୋନା ପରୀକ୍ଷା କରାଯାଇଥିଲା । ଯାଞ୍ଚ ବେଳେ ଏହା ପଜିଟିଭ ବୋଲି ଜଣାପଡିଥିଲା ।