ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଶନିବାର ତାଙ୍କୁ ହୃଦଘାତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେ ସର୍ଭିସେସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଗତ ସପ୍ତାହରେ ତାଙ୍କର ରକ୍ତରେ ପ୍ଲେଟଲେଟ୍ କମ୍ ହୋଇ ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ପୁଣି ଥରେ ତାଙ୍କ ରକ୍ତରେ ପ୍ଲାଟ୍ଲେଟ୍ ପରିମାଣ ସାଧାରଣ ହୋଇଥିଲା । ତେବେ କିଛିଦିନ ତଳେ ପୁଣି ଥରେ ରକ୍ତରୁ ପ୍ଳାଟ୍ଲେଟ୍ କମିଯିବା ପରେ ତାଙ୍କୁ ପୁଣି ହସ୍ପିଟାଲ୍ରେ ଭର୍ତ୍ତି କରିକରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ପାନାମା ପେପର ମାମଲାରେ ନୱାଜ ସରିଫଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ନୱାଜଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି(ଶୁକ୍ରବାର) ଲାହୋର ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ଜାମିନ ମିଳିଥିଲା ।