କାବୁଲ: ପ୍ରବଳ ବର୍ଷା ଯୋଗୁଁ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ପୂର୍ବ ପାରୱାନ ପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ 25 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରେ ଅନ୍ୟ 40 ଜଣ ଆହତ ମଧ୍ୟ ହୋଇଛନ୍ତି। ବୁଧବାର ଜଣେ ସରକାରୀ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।
ସରକାରୀ ମୁଖପାତ୍ର ୱାହିଦା ଶାହକର ଜିନହୁଆ କହିଛନ୍ତି, ବନ୍ୟା ପରିସ୍ଥିତି ରାଜ୍ୟରେ ବଡ଼ ଧରଣର କ୍ଷତି ଘଟାଇଛି। ଏଥିରେ ଅତି କମରେ 25 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 40 ଜଣ ଆହତ ହୋଇଛନ୍ତି। ବନ୍ୟାରେ ଦଶଟି ଘର ଭାସି ଯାଇଛି ଏବଂ କ୍ଷେତର ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।
ତେବେ ସରକାରଙ୍କ ଏକ ଟିମ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ସେପଟେ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ଥିବା ଶାହକର କହିଛନ୍ତି ।