ETV Bharat / international

ସୁରକ୍ଷାକର୍ମୀ-ତାଲିବାନ ଆତଙ୍କୀ ମୁହାଁମୁହିଁ; 100 ଆତଙ୍କୀ ନିପାତ, 90 ସୁରକ୍ଷାକର୍ମୀ ସହିଦ - ଆଫଗାନିସ୍ତାନ ଖବର

ଆଫଗାନିସ୍ତାନ ଏବଂ ତାଲିବାନ ଆତଙ୍କୀ ମୁହାଁମୁହିଁ । 100 ଆତଙ୍କୀ ନିପାତ ହୋଇଥିବାବେଳେ 90 ସୁରକ୍ଷାକର୍ମୀ ସହିଦ । ଅଧିକ ପଢନ୍ତୁ...

ଆଫଗାନ ସୁରକ୍ଷାକର୍ମୀ-ତାଲିବାନ ଆତଙ୍କୀ ମୁହାଁମୁହିଁ; 100 ଆତଙ୍କୀ ନିପାତ, 90 ସୁରକ୍ଷାକର୍ମୀ ସହିଦ

author img

By

Published : Jun 17, 2021, 8:08 AM IST

କାବୁଲ: ଆଫଗାନିସ୍ତାନ ଏବଂ ତାଲିବାନ ଆତଙ୍କୀ ମୁହାଁମୁହିଁ । ସଂଘର୍ଷରେ 100 ଆତଙ୍କୀ ନିପାତ ହୋଇଥିବାବେଳେ 90 ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆଫଗାନିସ୍ତାନର ପ୍ରାୟ 80 ଜିଲ୍ଲା ଏହି ରକ୍ତାକ୍ତ ସଂଘର୍ଷର ପ୍ରତ୍ୟକ୍ଷଦର୍ଶୀ ସାଜିଛି । TOLOnews ନାମକ ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି । ତେବେ ତାଲିବାନ କିମ୍ବା ଆଫଗାନ ସରକାର ପକ୍ଷରୁ ମୃତାହତ ସମ୍ପର୍କରେ ସଠିକ୍ ସୂଚନା ଦିଆଯାଇ ନାହିଁ ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଫରୟାବ ଦୌଲତାତବାଦରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ କୁ୍ଣ୍ଡଜ ପ୍ରଦେଶର ଖଣ୍ଡାବାଦ ଜିଲ୍ଲାକୁ ପୁଣି ନିୟନ୍ତ୍ରଣାଧୀନ କରିଛି । ଯାହା ଦୁଇ ଦିନ ପୂର୍ବରୁ ତାଲିବାନ ଅଧିନରେ ରହିଥିଲା । ଏହି ସମୟରେ ସଂଘର୍ଷ ଘଟି ପ୍ରାୟ 20 ସୁରକ୍ଷାକର୍ମୀ ସହିଦ ହେବା ସହ ଅନେକ ଆହତ ହୋଇଥିବା କୁଣ୍ଡଜ ପୋଲିସ କମାଣ୍ଡର ପ୍ରକାଶ କରିଛନ୍ତି ।

ସେହିପରି ଜାଭିନ, ଫାରାହ, ଓବା, ଆଦି ଅନେକ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ତାଲିବାନ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଘଜିନ ପ୍ରଦେଶରେ ଆଫଗାନ ଜାତୀୟ ଆର୍ମି ଦ୍ବାରା ମିଲିଟାରୀ ହେଲିକପ୍ଟର ଯୋଗେ ଆତଙ୍କୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଯାହାର ଫଳସୂରୁପ ପ୍ରାୟ 90ରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 15 ଜଣ କମାଣ୍ଡ ଏବଂ ନ୍ୟାସନାଲ ଆର୍ମି ସଦସ୍ୟ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.