ETV Bharat / international

ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଲେ କେ.ପି ଓଲି - Emergency Cabinet meeting

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର କାଠମାଣ୍ଡୁ ସ୍ଥିତ ତାଙ୍କ ବାସଭବନରେ କ୍ୟାବିନେଟର ଜରୁରୀକାଳୀନ ବୈଠକ କରିଛନ୍ତି। ଅଧିକ ପଢନ୍ତୁ...

ଜରୁରୀକାଳିନ କ୍ୟାବିନେଟ ବୈଠକ
ଜରୁରୀକାଳିନ କ୍ୟାବିନେଟ ବୈଠକ
author img

By

Published : Jan 10, 2021, 2:58 PM IST

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର କାଠମାଣ୍ଡୁ ସ୍ଥିତ ତାଙ୍କ ବାସଭବନରେ ଜରୁରୀକାଳୀନ କ୍ୟାବିନେଟ ବୈଠକ କରିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଓଲି ରବିବାର ଜାତୀୟ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ତାଙ୍କ ଅଭିଭାଷଣରେ ଓଲି ନେପାଳର ବର୍ତ୍ତମାନ ପ୍ରସଙ୍ଗ ଉପରେ କହିବେ।

ଡିସେମ୍ବର 20 ରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସୁପାରିଶରେ ନିମ୍ନ ସଦନକୁ ଭଙ୍ଗ କରିଛନ୍ତି । ସଂସଦ ଭଙ୍ଗ କରିବା ପରେ ଓଲି ଏପ୍ରିଲ 30 ଏବଂ ମେ 10, 2021 ରେ ପୁଣି ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ।

ନେପାଳର ସର୍ବୋଚ୍ଚ ଅଦାଲତ ବୁଧବାର ପ୍ରଧାନମନ୍ତ୍ରୀଙ୍କ ସଂସଦକୁ ଭଙ୍ଗ କରିବା ପ୍ରସଙ୍ଗ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ । କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଆଭ୍ୟନ୍ତରୀଣ କଳହ ଏବଂ ରାଜନୈତିକ ଏକତାର ଅଭାବ ପାଇଁ ଡିସେମ୍ବର 20ର ନିଷ୍ପତ୍ତି ପଛର କାରଣ ବୋଲି ଦର୍ଶାଇଛନ୍ତି ଓଲି। ଏହା ଜନସାଧାରଣଙ୍କ ଆକ୍ରୋଶର କାରଣ ହୋଇଛି ଏବଂ ଏହାକୁ ଅସାମ୍ବିଧାନିକ ବୋଲି କୁହାଯାଇଛି।

@ANITWITTER

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.