ETV Bharat / international

କଲମ୍ବୋରେ ସ୍ବାଭାବିକ ହେଲା ଅର୍ଥନୈତିକ ଗତିବିଧି - ଶ୍ରୀଲଙ୍କାରେ କୋରୋନା ସ୍ଥିତି

ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ କହିଛନ୍ତି କି ନିର୍ଦ୍ଦିଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସ୍ବାଭାବିକ ହୋଇଥିବା ବେଳେ ଟ୍ରେନ ଓ ବସ୍‌ରେ ଯାତ୍ରା ସମୟରେ ମଧ୍ୟ ସମାନ ନିୟମ ଲାଗୁ ହେବ । ସେ ଏହା ମଧ୍ୟ କହିଛନ୍ତି କି ଦେଶରେ କୋରୋନା ନିୟନ୍ତ୍ରଣ ହୋଇଛି ସତ ହେଲେ ସମ୍ପୂର୍ଣ୍ଣ ବିପଦ ଟଳିନାହିଁ । ଅଧିକ ପଢ଼ନ୍ତୁ...

corona in srilanka, nationwide curfew eased in srilanka, normal environment in colombo, corona situation in srilanka, covid-19, ଶ୍ରୀଲଙ୍କାରେ କୋରୋନା, ଶ୍ରୀଲଙ୍କାରେ କୋହଳ ହେଲା ଦେଶବ୍ୟାପୀ କର୍ଫ୍ୟୁ, କଲମ୍ବୋରେ ସ୍ବାଭାବିକ ପରିସ୍ଥିତି, ଶ୍ରୀଲଙ୍କାରେ କୋରୋନା ସ୍ଥିତି, କୋଭିଡ-19
କଲମ୍ବୋରେ ସ୍ବାଭାବିକ ହେଲା ଅର୍ଥନୈତିକ ଗତିବିଧି
author img

By

Published : May 12, 2020, 12:39 AM IST

କଲମ୍ବୋ: ମାର୍ଚ୍ଚ 20ରୁ ଶ୍ରୀଲଙ୍କାରେ ଲାଗୁ ହୋଇଥିବା ଲକଡାଉନ ଓ କର୍ଫ୍ୟୁ ପରେ ଏବେ ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି ଦେଶ । ରାଷ୍ଟ୍ରପତି ଗୋତବୟା ରାଜପକ୍ଷଙ୍କ ଘୋଷଣା ପରେ ସୋମବାରଠାରୁ ରାଜଧାନୀ କଲମ୍ବୋରେ ବିଭିନ୍ନ ଅର୍ଥନୈତିକ ଗତିବିଧି ସ୍ବାଭାବିକ ହୋଇଛି । ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟମାନ ଖୋଲିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି କର୍ମଚାରୀ । ଏହି କର୍ମଚାରୀମାନଙ୍କ ୟାତାୟତ ପାଇଁ ବସ୍‌ ଓ ଟ୍ରେନ ସେବା ମଧ୍ୟ ସ୍ବାଭାବିକ ହୋଇଛି ।

ଏନେଇ ପୋଲିସ ସୂତ୍ରରୁ ଜଣା ପଡିଛି କି କଲମ୍ବୋ ଓ ଗମ୍ପାହାର ସୀମାରେ ବିପୁଳି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଲୋକଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ଏହି ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ କର୍ମଚାରୀମାନେ ବସ୍‌ ଓ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ସେମାନଙ୍କ ଚାକିରୀର ଏକ ପ୍ରମାଣପତ୍ର ଦେଖାଇବାକୁ ହେବ । ଏଥିସହ ଆଇନ ଅଧିକାରୀଙ୍କୁ ମଧ୍ୟ ଏନେଇ ଅବଗତ କରାଇବାକୁ ହେବ । ସେପଟେ କଟକଣା କୋହଳ ପରେ ସହରରେ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ଗାଇଡଲାଇନ ପାଳନ ନେଇ ନଜର ରଖିବେ ପୋଲିସ କର୍ମଚାରୀ ।

ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ପରିବା ମାର୍କେଟ ଓ ଗ୍ରୋସେରୀ ଦୋକାନ ଖୋଲିଯାଇଥିବା ବେଳେ ସପିଂ ମଲ, ସିନେମା ହଲ ଓ ରେସ୍ତୋରାଁ ଆଦି ପରବର୍ତ୍ତୀ ନୋଟିସ ପରେ ଖୋଲିବ । ବ୍ୟାଙ୍କ ସେବା ମଧ୍ୟ ଇତି ମଧ୍ୟରେ ସ୍ବାଭାବିକ ହୋଇଛି । ଅଫିସରମାନେ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଥିବା ବେଳେ ପବ୍ଲିକ ସେକ୍ଟର କର୍ମଚାରୀମାନଙ୍କୁ ଅପରାହ୍ନ 3ଟାରୁ 4ଟା ମଧ୍ୟରେ ଘରକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଘରୋଇ ଅଫିସ କର୍ମଚାରୀମାନେ ସନ୍ଧ୍ୟା 4ଟାରୁ 5ଟା ମଧ୍ୟରୁ ଘରକୁ ଫେରିପାରିବେ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏପରି ନିୟମ ଜାରି କରାଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ କହିଛନ୍ତି କି ନିର୍ଦ୍ଦିଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସ୍ବାଭାବିକ ହୋଇଥିବା ବେଳେ ଟ୍ରେନ ଓ ବସ୍‌ରେ ଯାତ୍ରା ସମୟରେ ମଧ୍ୟ ସମାନ ନିୟମ ଲାଗୁ ହେବ । ସେ ଏହା ମଧ୍ୟ କହିଛନ୍ତି କି ଦେଶରେ କୋରୋନା ନିୟନ୍ତ୍ରଣ ହୋଇଛି ସତ ହେଲେ ସମ୍ପୂର୍ଣ୍ଣ ବିପଦ ଟଳିନାହିଁ । ତେଣୁ ଦେଶରେ ଟେଷ୍ଟିଂ ଜାରି ରହିବା ସହ କ୍ବାରେଣ୍ଟାଇନ ସେଣ୍ଟର ମଧ୍ୟ ଖୋଲା ରହିବ । ବର୍ତ୍ତମାନ ସୁଦ୍ଧା ଦେଶରେ 850ରୁ ଉର୍ଦ୍ଧ୍ବ ମାମଲା ରେକର୍ଡ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9 ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.