କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଆଜି(ଶନିବାର) ସକାଳ ପ୍ରାୟ ୭ଟା ୨୩ ମିନିଟରେ ଭୂକମ୍ପ ଅନୂଭୁତ ହୋଇଛି । କାବୁଲର ୩୪୪ କିଲୋମିଟର ପଶ୍ଚିମରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(NCS) ପକ୍ଷରୁ ସୂଚନା ଦିଆଯାଇଛି ।
ଏହାର ଗଭୀରତା ୧୧୦ କିଲୋମିଟର ଥିବା ରେକର୍ଡ କରାଯାଇଛି । ଏହାର ଦ୍ରାଘିମା ୬୫.୪୫ ଓ ଅକ୍ଷାଂଶ ୩୪.୬୮ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
@ANI