ଆବୁଧାବି: ବୈଶ୍ବିକ ମହାମାରୀ କୋରୋନା ସଂକ୍ରମଣ ପାଇଁ ବିପଦରେ ବିଭିନ୍ନ ବ୍ୟବସାୟ । ଏହି ମହମାରୀ ରାଜସ୍ବ ଆଦାୟର ବିଭିନ୍ନ ଦିଗକୁ ପ୍ରଭାବିତ କରୁଥିବା ବେଳେ ଏପରି ଏକ ଦିଗ ହେଉଛି ଆଲକୋହଲ ବା ମଦ ବ୍ୟବସାୟ । ତେବେ ଦୁବାଇରେ ଏହି ବ୍ୟବସାୟ ପାଇଁ ଅନେକ ବଡ ବଡ ରେସ୍ତୋରାଁକୁ ଲାଇସେନ୍ସ ରହିଥିବା ବେଳେ ମହମାରୀ ପାଇଁ ଠପ ପଡିଛି ବ୍ୟବସାୟ ।
ତଥାପି ନିଜ ରୋଜଗାରକୁ ବଞ୍ଚାଇବା ସହ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଦୁଇଟି ବଡ ବଡ ରେସ୍ତୋରାଁ ଏବେ ଘରେ ଘରେ ୱାଇନ, ସ୍ପିରିଟ ଓ ଆଲକୋହଲର ହୋମ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅନ୍ତର୍ଜାତୀୟ ୟୁରୋମନିଟର ଫର୍ମର ଗବେଷକ ରବିଆ ୟାସମିନଙ୍କ କହିବା କଥା କି ମହାମାରୀର ଯୋଗୁଁ ବଡ ବଡ ହୋଟେଲ ଓ ବାରର ସ୍ଥିତି ଖରାପ ହୋଇ ପଡିଥିବା ବେଳେ ଏଥିରେ ସିଧାସଳଖ ପ୍ରଭାବିତ ହୋଇଛି ମଦ ବ୍ୟବସାୟ । ଏମିତିରେ ଏହାର ହୋମ ଡେଲିଭରି ବୁଡୁଥିବା ବ୍ୟବସାୟକୁ ବଞ୍ଚାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।
ତେବେ ଦୁବାଇରେ ଅଟକ ଥିବା ବିଦେଶୀ ନାଗରିକ ନିଜ ପାସପୋର୍ଟ ବ୍ୟବହାରରେ ଆଲକୋହଲ କିଣି ପାରିବେ । ସେପଟେ ସ୍ଥାନୀୟ ନାଗରିକଙ୍କୁ ଏଥିପାଇଁ ଆଲକୋହଲ ଲାଇସେନ୍ସର ଆବଶ୍ୟକତା ରହିଛି । ଏହା ଏକ ଲାଲ ରଙ୍ଗର ଏକ ପ୍ଲାଷ୍ଟିକ କାର୍ଡ । ଯାହା ବାର୍ଷିକ ଭାବେ ନବୀକରଣ କରାଯାଇଥାଏ ।