ETV Bharat / international

ଦୁବାଇ ବିମାନ ବନ୍ଦରରେ ଫସିଥିବା 30 ଶ୍ରମିକଙ୍କୁ ଭାରତୀୟ ଦୂତାବାସର ସାହାଯ୍ୟ - ଦୁବାଇ ବିମାନବନ୍ଦରରେ ଭାରତୀୟ ଶ୍ରମିକ

ଗତ ଜୁଲାଇ 17 ତାରିଖରେ ଦୁବାଇରୁ କିଛି ଭାରତୀୟଙ୍କୁ ନେଇ ବାହାରିଥିଲା ଏକ ଚାର୍ଟର ବିମାନ । ହେଲେ କିଛି ବଳକା ଫାଇନ ଦେଇ ନପାରିବାରୁ ଫସି ଯାଇଥିଲେ 30 ଭାରତୀୟ ଶ୍ରମିକ । ଯାହାଙ୍କୁ ସାଦାଯ୍ୟ ପାଇଁ ପହଞ୍ଚିଛି ଭାରତୀୟ ବାଣିଜ୍ୟୁକ ଦୂତାବାସ ।

indian labour stuck at dubai airport, indian labour stuck in dubai, dubai based indian consulate, ଦୁବାଇରେ ଫସିଲେ ଭାରତୀୟ ଶ୍ରମିକ, ଦୁବାଇ ବିମାନବନ୍ଦରରେ ଭାରତୀୟ ଶ୍ରମିକ, ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ
ଦୁବାଇ ବିମାନବନ୍ଦରରେ ଫସିଥିବା 30 ଶ୍ରମିକଙ୍କୁ ଭାରତୀୟ ଦୂତାବାସର ସାହାଯ୍ୟ
author img

By

Published : Jul 24, 2020, 10:37 PM IST

ଦୁବାଇ: ଗତ ଜୁଲାଇ 17 ତାରିଖରେ ଦୁବାଇରୁ କିଛି ଭାରତୀୟଙ୍କୁ ନେଇ ବାହାରିଥିଲା ଏକ ଚାର୍ଟର ବିମାନ । ଏଥିରେ ପ୍ରାୟ 40 ଭାରତୀୟ ଶ୍ରମିକଙ୍କୁ ଯାତ୍ରା କରିବାର ଯୋଜନା ରହିଥିଲା । ହେଲେ କିଛି ଫାଇନ ଦେଇ ନପାରି 30 ଜଣ ଶ୍ରମିକ ସେଦିନଠାରୁ ବିମାନବନ୍ଦରରେ ଅଟକ ରହିଥିଲେ । ଏମିତିରେ ମାତ୍ର 10 ଜଣ ଶ୍ରମିକ ସ୍ବଦେଶ ଫେରିବାରେ ସକ୍ଷମ ହୋଇଥିଲେ । ତେବେ ବଳକା ଶ୍ରମିକଙ୍କ ଦୁଃଖ ଶୁଣି ଶୁକ୍ରବାର ସେମାନଙ୍କ ପାଇଁ ସାହାଯ୍ୟ ପଠାଇଥିଲା ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ।

ସୂଚନା ଅନୁଯାୟୀ ଦୁବାଇ ବିମାନବନ୍ଦରରେ ଅଟକ ଥିବା ଶ୍ରମିକମାନେ ରାଜସ୍ଥାନର ହୋଇଥିବା ଜଣା ପଡିଛି । ଏମାନେ ଜୁଲାଇ 17ରେ ଏକ ଚାର୍ଟର ବିମାନ ଯୋଗେ ଭାରତ ଫେରିବାର ଥିଲା । ହେଲେ କିଛି ଫାଇନ ଦେଇନପାରି ସେମାନେ ବିମାନ ଛାଡିବାକୁ ବାଧ୍ୟ ହୋଇଥିଲେ । ଏମିତିରେ ଅନେକ ଅସୁବିଧାରେ ସେମାନେ ବିମାନବନ୍ଦରରେ 17 ତାରିଖରୁ ଫସି ରହିଥିଲେ । ଯାହାର ଖବର ପାଇ ତୁରନ୍ତ ସାହାଯ୍ୟ ପାଇଁ ପହଞ୍ଚିଥିଲା ଭାରତୀୟ ବାଣିଜ୍ୟିକ ଦୂତାବାସ ।

ପ୍ରଥମେ ସମ୍ପୃକ୍ତ ଶ୍ରମିକମାନଙ୍କୁ ଏକ ଗାଡି ଯୋଗେ ଶ୍ରମିକ ଆଶ୍ରୟସ୍ଥଳୀକୁ ପଠାଯାଇଥିଲା । ଏଠାରେ ପହଞ୍ଚିବା ପରେ ଜଣେ ଶ୍ରମିକ କହିଥିଲେ କି ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ବୁଲିବା ପାଇଁ ଭିସା ରହିଥିବା ବେଳେ କେତେକଙ୍କ ପାଖରେ ରହିଛି ରେସିଡେଣ୍ଟ ଭିସା । ହେଲେ ଏହି ଭିସାର ଅବଧି ଶେଷ ହୋଇଥିବାରୁ ଏହାକୁ ନବୀକରଣ କରିବା ପାଇଁ ଫାଇନ ଦେବାକୁ ହୁଏ ବୋଲି ସେମାନେ ଜାଣିନଥିଲେ । ଏମିତିରେ କାହାର 10,000ରୁ 11,000 ଦିରହାମର ଫାଇନ ବଳକା ରହିଥିବା ବେଳେ କାହାର ତା’ଠାରୁ କମ ପରିମାଣର ଫାଇନ ବଳକା ରହିଛି ।

ସେପଟେ ଏହି ଶ୍ରମିକମାନେ ଗତ 3ରୁ 7 ମାସ ହେବ ନିଜ କାର୍ଯ୍ୟ ପାଇଁ ଦରମା ପାଉନଥିବା ଅଭିଯୋଗ କରିଛନ୍ତି । ଏନେଇ ଶ୍ରମିକମାନେ ଦୂତାବାସକୁ ସୂଚନା ଦେଇ କହିଛନ୍ତି କି ସେମାନଙ୍କ ମଧ୍ୟରୁ 2 ଜଣ ନିଜ କର୍ମସ୍ଥଳକୁ ଫେରିଥିବା ବେଳେ ସେଠାରେ ତାଙ୍କ କୌଣସି ଜାଗା ନଥିବା ସେ ଦେଖିବାକୁ ପାଇଥିଲେ । ତେଣୁ ଶ୍ରମିକମାନେ ଫେରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଦୂତାବାସକୁ ଜଣାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.