ETV Bharat / international

ନେପାଳରେ ବଡଧରଣର ଭୂସ୍ଖଳନ: 9 ମୃତ, 25 ନିଖୋଜ

author img

By

Published : Sep 13, 2020, 8:50 PM IST

ନେପାଳର ସିନ୍ଧୁପାଲ ଚୌକରେ ପ୍ରବଳ ବର୍ଷା କାରଣରୁ 9 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ 25ରୁ ଅଧିକ ଲୋକ ନିଖୋଜ । ଅଧିକ ପଢନ୍ତୁ...

ନେପାଳରେ ବଡଧରଣର ଭୂସ୍ଖଳନ; 9 ମୃତ, 25 ନିଖୋଜ
ନେପାଳରେ ବଡଧରଣର ଭୂସ୍ଖଳନ; 9 ମୃତ, 25 ନିଖୋଜ

କାଠମାଣ୍ଡୁ: ପଡୋଶୀ ଦେଶ କାଠମାଣ୍ଡୁରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନର ଖବର ସାମ୍ନାକୁ ଆସୁଛି । ନେପାଳର ସିନ୍ଧୁପାଲ ଚୌକରେ ପ୍ରବଳ ବର୍ଷା କାରଣରୁ 9 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ 25ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ଏହି ଭୂସ୍ଖଳନ ପ୍ରଭାବରେ ପାଖିପାଖି 18ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି ।

ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସଙ୍ଗେସଙ୍ଗେ ନେପାଳ ସେନା ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନର ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ସିନ୍ଧୁପାଲ ଚୌକର ଗ୍ରାମୀଣ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.